ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ଘଟଣା, ଦାୟୀ କର୍ମଚାରୀଙ୍କୁ ଘଣ୍ଟ ଘୋଡ଼ାଇବା ପଛରେ କିଏ?

Advertisment

ତନାଘନା ଆରମ୍ଭ, କର୍ମଚାରୀଙ୍କୁ ପଚରାଉଚରା

ତନାଘନା ଆରମ୍ଭ, କର୍ମଚାରୀଙ୍କୁ ପଚରାଉଚରା

ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ଘଟଣା, ତଦନ୍ତ ଫାଇଲରେ ବନ୍ଧା ହେବ କି ଡୋରି?

Image Source: Zee News

ଭୁବନେଶ୍ବର: ପେସାଦାର ଅପରାଧୀକୁ ପାସପୋର୍ଟ ମିଳିବା ଘଟଣାରେ ଆରମ୍ଭ ହୋଇଛି ତନାଘନା। ଏକାଧିକ ଅପରାଧ ମାମଲା ଥାଇ ମଧ୍ୟ ଯୁବକଜଣଙ୍କ କେମିତି ପାସପୋର୍ଟ ହାତେଇଲେ, ସେ ନେଇ ଦାୟିତ୍ବରେ ଥିବା ସମ୍ପୃକ୍ତ କନଷ୍ଟେବଳ ଓ ଥାନାର ଜଣେ ଅଧିକାରୀଙ୍କୁ ବରିଷ୍ଠ ଅଧିକାରୀ ପଚରାଉଚରା କରିଛନ୍ତି। କେମିତି, କେଉଁ ପରିସ୍ଥିତିରେ, କେଉଁ ଉଦ୍ଦେଶ୍ୟରେ ପାସପୋର୍ଟ ଆବେଦନର ଯାଞ୍ଚ ଗୋଟିଏ ଦିନରେ ଶେଷ କରିଦେଲେ, ତାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ବିଧିବଦ୍ଧ ତଦନ୍ତ ଆରମ୍ଭ ହେବା ପୂର୍ବରୁ ଚନ୍ଦ୍ରଶେଖରପୁର ଥାନା ପାସପୋର୍ଟ ସେକ୍ସନ ଦାୟିତ୍ବରେ ଥିବା ତତ୍କାଳୀନ କନଷ୍ଟେବଲ ମନୋରଞ୍ଜନ ପରିଡ଼ା ଓ ଥାନାର ଜଣେ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରାଯାଇଛି। ଯାହାକୁ ନେଇ ଏବେ କମିସନରେଟ ପୁଲିସ ମହଲରେ ହଇଚଇ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ କନଷ୍ଟେବଳଙ୍କୁ କିଏ ଘଣ୍ଟ ଘୋଡ଼ାଉଥିଲା, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। କନଷ୍ଟେବଲଙ୍କର ଗତ କିଛି ମାସ ତଳେ ଖଣ୍ଡଗିରି ଏସିପି ଅଫିସକୁ ବଦଳି ହୋଇଥିଲା। କିନ୍ତୁ ତାଙ୍କୁ ଥାନାରୁ କାହିଁକି ରିଲିଭ୍ କରାଯାଇ ନ ଥିଲା, ସେ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅନ୍ୟପକ୍ଷରେ ତତ୍କାଳୀନ ଥାନାଧିକାରୀଙ୍କ ଭୂମିକା ସନ୍ଦେହ ପରିସରକୁ ଆସିଛି। ତରବରିଆ ଭାବେ ପାସ୍‌ପୋର୍ଟ ଫାଇଲ ତିଆରି ହୋଇଥିଲେ ବି କିଛି ଯାଞ୍ଚ ନକରି ଥାନାଧିକାରୀ କେମିତି ଦସ୍ତଖତ କରି କାମ ଶେଷ କରି ଦେଇଥିଲେ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏଭଳି ଏକ ସମ୍ବେଦନଶୀଳ ଘଟଣା ଚପାଇ ଦେବା ପାଇଁ ଉଦ୍ୟମ ଚାଲିଥିବା ଚର୍ଚ୍ଚା ଚାଲିଛି। କାରଣ ଗୋଟିଏ ପଟେ ବିଧିବଦ୍ଧ ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯିବାରେ ବିଳମ୍ବ ଏହି ଦିଗକୁ ସୂଚାଉଛି। ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀ ମୁହଁ ଖୋଲୁ ନାହାନ୍ତି କିମ୍ବା କମିସନରେଟ ପୁଲିସ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମଧ୍ୟ ଦିଆଯାଇ ନାହିଁ।

ସୂଚନାଯୋଗ୍ୟ, ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଯୁବକଙ୍କ ବିରୋଧରେ ଏକାଧିକ ଅପରାଧ ମାମଲା ରହିଥିଲେ ମଧ୍ୟ କୌଶଳକ୍ରମେ ପାସପୋର୍ଟ ହାତେଇବାରେ ସକ୍ଷମ ହୋଇଥିଲେ। ଗୋଟିଏ ଦିନରେ ପୁଲିସ ଯାଞ୍ଚ ଶେଷ ହୋଇଥିବା ବେଳେ ସମ୍ପୃକ୍ତ ଆବେଦନକାରୀଙ୍କର କୌଣସି ଅପରାଧ ମାମଲା ନ ଥିବା ଥାନା ପକ୍ଷରୁ ଜଣାଇ ଦିଆଯାଇଥିଲ। ଏହି ଘଟଣାରେ ପୁଲିସ ଭୂମିକା ସନ୍ଦେହଘେରକୁ ଆସିଛି। ବଡ଼ଧରଣର କେଳେଙ୍କାରି ହୋଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe