ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ଅଚଳ

Advertisment
ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ଅଚଳ

ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା ହେବାର ଦୁଇ ସପ୍ତାହ ନ ବିତୁଣୁ ଅଚଳ ହୋଇପଡ଼ିଛି ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌। ଦୁଇ ଦିନ ହେଲା ଯନ୍ତ୍ରପାତି ଅଚଳ ହୋଇଥିବାରୁ ହଜାର ହଜାର ଦର୍ଶକ ସୋ’ ଦେଖିବାରୁ ବଞ୍ଚିତ ହେବା ସହ ନିରାଶ ହୋଇ ଫେରୁଛନ୍ତି। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ଗତ ଦୁଇ ଦିନ ହେଲା ଗୋଟିଏ ବି ହେଲେ ସୋ’ ଚାଲିପାରି ନାହିଁ। ଏନେଇ ପର୍ଯ୍ୟଟକମାନେ ପ୍ଲାନେଟୋରିୟମ୍‌ କର୍ମଚାରୀଙ୍କୁ ପଚାରିବାରୁ ସେମାନେ କିଛି କହୁନାହାନ୍ତି। ନିର୍ଦେଶକ ମୁହଁ ଖୋଲୁ ନ ଥିବା ବେଳେ ଉପ ନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକଙ୍କ ଉତ୍ତର ଆଶ୍ଚର୍ଯ୍ୟ କରୁଛି। ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ମୁଁ ବୁର୍ଲା ପ୍ଲାନେଟୋରିୟମ୍‌ ଦାୟିତ୍ୱରେ ରହିଛି। ତେଣୁ ଏଠାରେ ଅଛି। ଭୁବନେଶ୍ୱରରେ କ’ଣ ହୋଇଛି କହି ପାରିବି ନାହିଁ। ସିଷ୍ଟମରେ ବ୍ୟାକଅପ୍‌ ଥାଇପାରେ। ରିଷ୍ଟୋର କରିଦେଲେ ଏକ ଘଣ୍ଟା ଭିତରେ ସୋ’ ଚାଲିପାରିବ। ଯଦି ଯନ୍ତ୍ରପାତି ଅଚଳ ହୋଇଥିବ ତେବେ ତାହା ସଙ୍ଗେ ସଙ୍ଗେ ଠିକ୍‌ କରିବା ସମ୍ଭବପର ନୁହେଁ। ବମ୍ବେରୁ ଇଞ୍ଜିନିୟର ଆସି ଯନ୍ତ୍ର ସଜାଡ଼ିବେ। ତେଣୁ ରବିବାର ମଧ୍ୟ ସୋ’ ଚାଲି ନ ପାରେ।

ସୂଚନାଯୋଗ୍ୟ ଯେ, ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ରେ କୌଣସି ଯନ୍ତ୍ରପାତି ଭାଙ୍ଗିଗଲେ କି ଅଚଳ ହେଲେ ସଜଡ଼ା ହୁଏ ନାହିଁ। ସେଭଳି ପଡ଼ିରହେ। ବାରମ୍ବାର ଏଭଳି ସମସ୍ୟା ଲାଗିରହୁଛି। ତଥାପି କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏବେ ପୂଜା ସମୟ ଚାଲିଥିବାରୁ ପ୍ରତିଦିନ ହଜାରରୁ ଅଧିକ ଦର୍ଶକ ନିରାଶ ହୋଇ ଫେରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe