ଚନ୍ଦ୍ରଶେଖରପୁର : ରାଜା ମଧୁସୂଦନ ଦେବ ଡିଗ୍ରି ମହାବିଦ୍ୟାଳୟ ପଟିଆର ଆଜି ରୌପ୍ୟ ଜୟନ୍ତୀ ପାଳନ ବର୍ଷ ପୂର୍ତ୍ତି ଅବସରରେ ‘ଦୀକ୍ଷାନ୍ତ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଭୁବନେଶ୍ୱର ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ, ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରୋଟାରିଆନ ଅଜୟ ଅଗ୍ରଓ୍ଵାଲ, ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଡ. ଦେବବ୍ରତ ମହାନ୍ତି, ସ୍ଥାନୀୟ କର୍ପୋରେଟର୍ ଜୟନ୍ତୀ ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। କଲେଜ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ କଲେଜ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ ହୋଇଥିଲା। ଏହି ଅବସରରେ କଲେଜର ମୁଖପତ୍ର ‘ଶିଖର’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନର ରୌପ୍ୟଜୟନ୍ତୀ ପାଳନ ହେତୁ କଲେଜର ଥିମ୍ ସଂଗୀତକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ରାଉତ ସ୍ୱାଗତ ଭାଷଣ ଦେଇଥିବା ବେଳେ ଡ. ଗାର୍ଗୀ ବାନାର୍ଜୀ ସଭା ପରିଚାଳନା କରିଥିଲେ। ଡ. ସ୍ୱାତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us