ପଟିଆ ପିଏନବି ଏଟିଏମ୍ ଲୁଟ୍ ଘଟଣା: ଲୁଟ୍ ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଭାଇଜାଗ୍‌ରୁ ୨ ଗିରଫ

Advertisment
ପଟିଆ ପିଏନବି ଏଟିଏମ୍ ଲୁଟ୍ ଘଟଣା: ଲୁଟ୍ ପଛରେ ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ୍, ଭାଇଜାଗ୍‌ରୁ ୨ ଗିରଫ

ଭୁବନେଶ୍ବର: ରାଜଧାନୀର ଭୁବନେଶ୍ୱରର ପଟିଆ ଛକରେ ଥିବା ପଞ୍ଜାବ ନେସନାଲ ବ୍ୟାଙ୍କର ଏଟିଏମ ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା କମିସନରେଟ୍ ପୁଲିସ । ଭାଇଜାଗରୁ ଧରାପଡ଼ିଛନ୍ତି ଏଟିଏମ୍ ଲୁଟେରା ଗ୍ୟାଙ୍ଗ୍ । ଗିରଫ ଦୁଇ ଲୁଟେରା ହେଉଛନ୍ତି ସମର ଜ୍ୟୋତ୍ ସିଂ ଏବଂ ଜାଫର ସାଦ୍ଦିକ୍ । ସମରଙ୍କ ଘର ପଂଜାବ, ଜାଫରଙ୍କ ଘର କେରଳରେ । ଏମାନେ ବେଙ୍ଗଲୁରୁରେ ରହି ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗ ଚଳାଉଥିଲେ । ଗୋଟିଏ ସହରରେ ଲୁଟ୍ କରିବା ପରେ ଏମାନେ ବିମାନରେ ଘୁରି ବୁଲୁଥିଲେ ସହରରୁ ସହର ।

ସମାନ ଢଙ୍ଗରେ ଭାଇଜାଗରେ ଲୁଟ୍ ବେଳେ ଧରାପଡିଛନ୍ତି ଆନ୍ଧ୍ର ପୁଲିସ ହାତରେ । ଆଗକୁ ଏହି ଦୁଇ ଲୁଟେରାଙ୍କୁ ଆନ୍ଧ୍ର ପୁଲିସ ଠାରୁ ଟ୍ରାଂଜିଟ୍ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବ ବୋଲି ପୁଲିସ୍‌  କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ପଂଜାବ ପିଏନବି ଏଟିଏମରେ ଥିବା ସିସିଟିଭି, ସହରରେ ଥିବା ଅନ୍ୟ ସ୍ଥାନର ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିବା  ସେ ସୂଚନା ଦେଇଛନ୍ତି। ଗତ ମାସରେ ହୋଇଥିବା ଏହି ଏଟିଏମ୍ ଲୁଟରେ ପ୍ରାୟ ୨୭ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe