କ୍ୟାପିଟାଲ ହସ୍ପିଟାଲରେ ଅଭାବନୀୟ ଘଟଣା, ଚକ୍ଷୁ ଅସ୍ତ୍ରୋପଚାର ରୋଗୀଙ୍କ ମୃତ୍ୟୁ

Advertisment
ରାଜ୍ୟରେ ଏମିତି ଚାଲିଛି କରୋନା ସନ୍ଦିଗ୍ଧଙ୍କ ଯାଞ୍ଚ: ହୋଟେଲରୁ ଧରାପଡ଼ିଲେ ବିଦେଶୀ, ଏସ୍‌ସିବିରୁ ଖସି ପଳାଇଥିଲେ

justdial.com

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ଚକ୍ଷୁ ଅସ୍ତ୍ରୋପଚାର କରିଥିବା ଜଣେ ରୋଗୀଙ୍କ ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କ ଘର ଖୋର୍ଧା ଅଞ୍ଚଳରେ। ସେ ପୁରୁଣା ଭୁବନେଶ୍ବର ଅଞ୍ଚଳରେ ରୁହନ୍ତି। ତେବେ ଏହି ଘଟଣାକୁ ନେଇ ହସ୍ପିଟାଲରେ ଭୟର ବାତାବରଣ ସୃଷ୍ଟି ହୋଇଛି। କେଉଁ ପରିସ୍ଥିତି‌ରେ ରୋଗୀଙ୍କ ମୃତ୍ୟୁ ହେଲା, ତାହାକୁ ନେଇ ଜୋରଦାର୍‌ ଆଲୋଚନା ଜାରି ରହିଛି।

ସୂଚନା ଅନୁସାରେ, ଶ୍ରୀ ଦାଶ ପୂର୍ବରୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲରେ ନିଜର ଚକ୍ଷୁ ପରୀକ୍ଷା କରିଥିଲେ। ଆଜି ଅସ୍ତ୍ରୋପଚାର ପରେ ତାଙ୍କୁ ଉପରମହଲା ନେବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ। ସେଠାରେ ତାଙ୍କୁ କାଜୁଆଲଟିକୁ ନିଆଯାଇଥିଲା। କାଜୁଆଲଟିରେ ଥିବା ଡାକ୍ତର ତାଙ୍କୁ ଆଇସିୟୁକୁ ନେବାକୁ କହିଥିଲେ। ଆଇସିୟୁରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣା ପରେ ହସ୍ପିଟାଲ କର୍ତୃପକ୍ଷ କୌଣସିପ୍ରକାରେ ମୃତକଙ୍କ ପରିବାରଲୋକଙ୍କୁ ବୁଝାସୁଝା କରିବାରେ ସକ୍ଷମ ହୋଇଥିଲେ। ଅପରପକ୍ଷେ ସଂଧ୍ୟା ପର୍ଯ୍ୟନ୍ତ ମୃତକଙ୍କ ଶବ ଆଇସିୟୁରେ ଥିବା ବେଳେ ବ୍ୟବଚ୍ଛେଦ ହୋଇ ନଥିବା ସୂଚନା ମିଳିଛି। ପୂର୍ବରୁ ମଧ୍ୟ ଚିକିତ୍ସା ଅବହେଳାକୁ ନେଇ ବିବାଦରେ ରହି ଆସିଛି କ୍ୟାପିଟାଲ ହସ୍ପିଟାଲ। ଏପରିକି ଚିକିତ୍ସା ପାଇଁ ରୋଗୀଙ୍କୁ ଟଙ୍କା ମାଗିବା ଭଳି ଘଟଣା ମଧ୍ୟ ନଜରକୁ ଆସୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe