କ୍ୟାପିଟାଲ ହସ୍ପିଟାଲରେ ପ୍ରଭାବିତ ହେଲାଣି ରୋଗୀ ସେବା!

Advertisment

ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ୧୪୪ ଛୁଇଁଲା, ଘଣ୍ଟାଏ ବଢ଼ିଲା ଓପିଡି ସମୟ

ହସ୍ପିଟାଲରେ ସଂକ୍ରମିତଙ୍କ ସଂଖ୍ୟା ୧୪୪ ଛୁଇଁଲା, ଘଣ୍ଟାଏ ବଢ଼ିଲା ଓପିଡି ସମୟ

ଚୋରଙ୍କ ଚରାଭୂଇଁ କ୍ୟାପିଟାଲ୍ ହସ୍ପିଟାଲ୍

The New Indian Express

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ରୋଗୀସେବା ପ୍ରଭାବିତ ହୋଇଛି। ପୁଳାପୁଳା ଡାକ୍ତର ଓ କର୍ମଚାରୀ କରୋନା ସଂକ୍ରମିତ ହୋଇ ସଂଗରୋଧରେ ରହୁଥିବାରୁ ଏପରି ଜଟିଳ ପରିସ୍ଥିତି ଉପୁଜିଛି। ପ୍ରାୟ ସବୁ ବିଭାଗରେ ୪-୫ଜଣ ଡାକ୍ତରଙ୍କ ସମେତ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଫଳରେ ଜଣେ ଜଣେ ଡାକ୍ତରରେ ବିଭାଗ ଚାଲିଛି। କେବଳ ସକାଳ ବେଳା ଓପିଡି ଚାଲିଛି। କିନ୍ତୁ ଯେଉଁଭଳି ଭାବେ କର୍ମଚାରୀ ସଂକ୍ରମିତ ହେଉଛନ୍ତି, ଏପରି ସ୍ଥିତି ଲାଗି ରହିଲେ, ଆଗାମୀ ଦିନରେ କିଛି ବିଭାଗରେ ଚିକିତ୍ସା ବନ୍ଦ ହୋଇପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି।

ସୂଚନା ଅନୁସାରେ, ବର୍ତ୍ତମାନ କ୍ୟାପିଟାଲ ହସ୍ପିଟାଲରେ ୧୬୦୦ କର୍ମଚାରୀ କାର୍ଯ୍ୟ କରିଛନ୍ତି। ସେମାନଙ୍କ ମଧ୍ୟରୁ ସମୁଦାୟ ୧୪୪ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇ ସଂଗରୋଧରେ ରହୁଛନ୍ତି। ପ୍ରତିଦିନ ମଧ୍ୟ ଏହି ସଂଖ୍ୟା ହାରାହାରି ୧୦-୧୨ ମଧ୍ୟରେ ବୃଦ୍ଧି ପାଉଛି। କିନ୍ତୁ ସେହି ହାରରେ ସୁସ୍ଥ ହେଉନାହାନ୍ତି। ତେଣୁ ରୋଗୀ ଚିକିତ୍ସା ବାଧାପ୍ରାପ୍ତ ହେଉଛି। ଏ ବାବଦରେ କ୍ୟାପିଟାଲ ହସ୍ପିଟାଲର ଜଣେ ଅଧିକାରୀଙ୍କୁ ପଚରାଯିବାରୁ ସେ କହିଥିଲେ ଯେ ରୋଗୀ ସେବାରେ କୌଣସି ବାଧା ସୃଷ୍ଟି ହୋଇନାହିଁ, ବରଂ ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ଆଉ ୧ଘଣ୍ଟା ଓପିଡି ସମୟ ବୃଦ୍ଧି କରାଯାଇଛି। ପୂର୍ବରୁ ଦିନ ୧ଟା ପର୍ଯ୍ୟନ୍ତ ଓପିଡି ଖୋଲୁ ଥିବା ବେଳେ ବର୍ତ୍ତମାନ ଏହାକୁ ଦିନ ୨ ଟା ପର୍ଯ୍ୟନ୍ତ ଖୋଲା ଯାଇଛି। ଏହାସହ ସଂକ୍ରମଣ ରୋକିବା ପାଇଁ ଓପଡିରେ ପ୍ରଥମେ ଆଣ୍ଟିଜେନ୍ ଟେଷ୍ଟ କରାଯିବା ପରେ ଚିକିତ୍ସା କରାଯାଉଛି। ଯେଉଁ ବିଭାଗରେ ୩ଜଣ ଡାକ୍ତର ଚିକିତ୍ସା କରୁଥିଲେ, ସେଠାରେ ଏବେ ଦୁଇଜଣ ଡାକ୍ତର ଚିକିତ୍ସା କରୁଛନ୍ତି। ସେହିଭଳି ଦୁଇଜଣ ଡାକ୍ତରଙ୍କ ସ୍ଥାନରେ ଜଣେ ଡାକ୍ତର ରୋଗୀ ଚିକିତ୍ସା କରୁଛନ୍ତି। ଏହାସହ ଟେଲି ମେଡିସିନ୍‌ ଓ ୨୪ ଘଣ୍ଟା ଜରୁରୀକାଳୀନ ରୋଗୀ ଚିକିତ୍ସା ମଧ୍ୟ ଜାରି ରହିଛି। ରୋଗୀ ସେବା କୌଣସି ପ୍ରକାରେ ବାଧାପ୍ରାପ୍ତ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe