ପଞ୍ଜୀକରଣରୁ ବଞ୍ଚିତ ହେଲେ ରୋଗୀ: ଖୋଲୁନି ‘ଏମ୍‌ସ’ ୱେବ୍‌ସାଇଟ୍‌

Advertisment

ଏମ୍‌ସ ୱେବ୍‌ସାଇଟ୍‌ରେ ୧୦ପ୍ରତିଶତ ଓପିଡି ଟିକେଟ୍‌ ଉପଲବ୍ଧ ରହିଥାଏ। ପୂର୍ବ ରାତିରୁ ଏମ୍‌ସ ଯାଇ ସେଠାରେ ଲମ୍ବା ଧାଡ଼ିରେ ଠିଆ ହେବା ପରିବର୍ତ୍ତେ ବହୁ ଲୋକ ଏହି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂର ସୁଯୋଗ ନେଇଥାନ୍ତି।

ଏମ୍‌ସ ୱେବ୍‌ସାଇଟ୍‌ରେ ୧୦ପ୍ରତିଶତ ଓପିଡି ଟିକେଟ୍‌ ଉପଲବ୍ଧ ରହିଥାଏ। ପୂର୍ବ ରାତିରୁ ଏମ୍‌ସ ଯାଇ ସେଠାରେ ଲମ୍ବା ଧାଡ଼ିରେ ଠିଆ ହେବା ପରିବର୍ତ୍ତେ ବହୁ ଲୋକ ଏହି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂର ସୁଯୋଗ ନେଇଥାନ୍ତି।

ccxxcc

ଖଣ୍ଡଗିରି: ଏମ୍‌ସ ୱେବ୍‌ସାଇଟ୍‌ରେ ୧୦ପ୍ରତିଶତ ଓପିଡି ଟିକେଟ୍‌ ଉପଲବ୍ଧ ରହିଥାଏ। ପୂର୍ବ ରାତିରୁ ଏମ୍‌ସ ଯାଇ ସେଠାରେ ଲମ୍ବା ଧାଡ଼ିରେ ଠିଆ ହେବା ପରିବର୍ତ୍ତେ ବହୁ ଲୋକ ଏହି ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂର ସୁଯୋଗ ନେଇଥାନ୍ତି। ତେବେ ଗତ ଏକ ସପ୍ତାହ ଧରି ଏମ୍‌ସ ୱେବ୍‌ସାଇଟ୍‌ (http://aiimsbhubaneswar.nic.in/) ନଖୋଲିବା ଫଳରେ କିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଟିକେଟ୍‌ ପାଇଁ ଆଗୁଆ ସ୍ଲଟ୍‌ ବୁକିଂ କରିନପାରି ଅସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ଗତ ଏପ୍ରିଲ ୧୨ତାରିଖ ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଭୁବନେଶ୍ବର ଗସ୍ତ ସମୟରେ ଏମ୍‌ସ ଭୁବନେଶ୍ୱରର ଏକ ନୂତନ ୱେବସାଇଟ୍‌କୁ ଉନ୍ମୋଚନ କରିଥିଲେ। ଏହି ୱେବସାଇଟ୍‌ରେ ରୋଗୀକୈନ୍ଦ୍ରିକ ସେବା, ସମନ୍ୱିତ କାର୍ଯ୍ୟକ୍ଷମତା ତଥା ଏହାର ଇଣ୍ଟରଫେସ୍‌ରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ଛାପ ରହିବ ବୋଲି ସୂଚନା ଦିଆଯାଇଥିଲା। ଏହି ୱେବ୍‌ସାଇଟ୍‌ର ବ୍ୟବହାର କରି ରୋଗୀ ଏବଂ ସେମାନଙ୍କର ସମ୍ପର୍କୀୟମାନେ ଏମ୍‌ସ ଭୁବନେଶ୍ବରରେ ଉପଲବ୍ଧ ସମସ୍ତ ତଥ୍ୟକୁ ସହଜରେ ପାଇପାରିବେ। ଏଥିରେ ଏମ୍‌ସ ଭୁବନେଶ୍ବରରେ କେଉଁ କେଉଁ ବିଭାଗ ରହିଛି, କେଉଁ ଡାକ୍ତରମାନେ ଅଛନ୍ତି, କେଉଁ ଡାକ୍ତରଙ୍କର କେଉଁଦିନ ପାଳି, ରୋଗୀଙ୍କର ସ୍ବାସ୍ଥ୍ୟ ବିବରଣୀର ତଥ୍ୟ ରହିଥାଏ। ଏଥିସହ ଏମ୍‌ସର ସମସ୍ତ ବିଜ୍ଞପ୍ତି, କାର୍ଯ୍ୟକ୍ରମ ଓ ଗବେଷଣା ସମ୍ବନ୍ଧିତ ତଥ୍ୟ ମଧ୍ୟ ମିଳିଥାଏ। ମାତ୍ର ପ୍ରାୟ ଏକ ସପ୍ତାହ ଧରି ୱେବ୍‌ସାଇଟ୍‌ ବନ୍ଦ ରହିବାରୁ କେବଳ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନୁହନ୍ତି, ବରଂ ଏମ୍‌ସର କର୍ମଚାରୀମାନେ ମଧ୍ୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। 

ଏ ସମ୍ପର୍କ‌ରେ ବରିଷ୍ଠ ଶିଶୁଶଲ୍ୟ ବିଶେଷଜ୍ଞ ତଥା ଏମ୍‌ସ ଭୁବନେଶ୍ବରର ଆଇଟି ମୁଖ୍ୟ ମନୋଜ ମହାନ୍ତି କହିଛନ୍ତି, ପୁରୁଣା ୱେବ୍‌ସାଇଟ୍‌ର ନବୀକରଣ ଲାଗି ଏନ୍‌ଆଇସି ପକ୍ଷରୁ ତଥ୍ୟ ସ୍ଥାନାନ୍ତରଣ ପ୍ରକ୍ରିୟା ଚାଲୁ ରହିଛି। ସାଇବର୍‌ ଆକ୍ରମଣରୁ ବର୍ତ୍ତିବା ଲାଗି ଏହାକୁ ଅଧିକ ସୁରକ୍ଷିତ କରିବା ଲାଗି ପଦକ୍ଷେପ ନିଆଯାଉଛି। ଆଜି ଅପରାହ୍ନରେ ଏହା ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ଆସନ୍ତାକାଲି ସୁଦ୍ଧା ୱେବ୍‌ସାଇଟ୍‌ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେବ। ଏହି ୱେବ୍‌ସାଇଟ୍‌ରେ ଥିବା ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟଆପ୍‌କୁ କ୍ଲିକ୍‌ କଲେ ରୋଗୀମାନେ ନିଜର ସମସ୍ତ ସ୍ବାସ୍ଥ୍ୟଗତ ତଥ୍ୟ ପାଇପାରିବେ। ହେଲ୍‌ଥ ରେକର୍ଡ ଲିଙ୍କିଙ୍ଗ୍‌ରେ ଏମ୍‌ସ ଭୁବନେଶ୍ବର ଦେଶର ଦ୍ବତୀୟ ସ୍ଥାନରେ ରହିଛି। ବର୍ତ୍ତମାନ ସୁଦ୍ଧା ୧୪ଲକ୍ଷରୁ ଅଧିକ ଲୋକ ଏଥିରେ ପଞ୍ଜୀକରଣ କରିଥିବା ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe