ପାତ୍ରପଡ଼ାରେ ଗ୍ୟାସ୍ ସିଲିଣ୍ଡର ଫାଟିବା ଘଟଣା: ଆଇସିୟୁ ଅଭାବରୁ ଜଣକ ଜୀବନ ଚାଲିଗଲା!

Advertisment

ଚିକିତ୍ସାରେ ଅବହେଳା ଅଭିଯୋଗ, ୨ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

ଚିକିତ୍ସାରେ ଅବହେଳା ଅଭିଯୋଗ, ୨ଜଣ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି

ପାତ୍ରପଡ଼ାରେ ଗ୍ୟାସ୍ ସିଲିଣ୍ଡର ଫାଟିବା ଘଟଣା: ଆଇସିୟୁ ଅଭାବରୁ ଜଣକ ଜୀବନ ଚାଲିଗଲା!

ଭୁବନେଶ୍ବର : ଗତ ଶୁକ୍ରବାର ପାତ୍ରପଡ଼ା ମେଳଣ ପଡ଼ିଆସ୍ଥିତ ପବିତ୍ର ସ୍ବାଇଁଙ୍କ ଘରେ ଗ୍ୟାସ୍‌ ସିଲିଣ୍ଡର୍ ଫାଟିବା ଘଟଣାରେ ଆଜି ଜଣକର ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ପବିତ୍ରଙ୍କ ବଡ଼ ପୁଅ ପ୍ଲାବନ କୁମାର ରାୟ(୩୫)। ସେ କଟକ ଏସ୍‌ସିବି ମେଡିକାଲ୍‌ରେ ଚିକିତ୍ସାଧୀନ ଥିଲେ। ଅପରପକ୍ଷରେ ତାଙ୍କ ମୃତ୍ୟୁକୁ ସଂପର୍କୀୟ ଦାଦା ସହଜରେ ଗ୍ରହଣ କରିପାରି ନାହାନ୍ତି। ବଡ଼ଡାକ୍ତରଖାନାରେ ଆଇସିୟୁର ଅଭାବ ଓ ଚିକିତ୍ସା ଅବହେଳାକୁ ସେ ଦାୟୀ କରିଛନ୍ତି।

ଦାଦା ରଶ୍ମିରଂଜନ ପାଟ୍ଟଶାଣୀଙ୍କ ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଅଘଟଣ ଘଟିବା ପରେ ତାଙ୍କୁ ତୁରନ୍ତ ଏମ୍‌ସକୁ ଚିକିତ୍ସା ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କ ସ୍ଥିତି ଜଟିଳ ହେବାରୁ ଡାକ୍ତର ଆଇସିୟୁ ନଥିବା କହି କଟକ ବଡ଼ ଡାକ୍ତରଖାନାକୁ ପଠାଇଦେଲେ। ତେବେ କଟକ ଦୂର ଥିବାରୁ ପ୍ରଥମେ ସମ୍‌ ହସ୍ପିଟାଲ୍‌ର ବର୍ନ ଵାର୍ଡରେ ତାଙ୍କୁ ଚିକିତ୍ସା ପାଇଁ ନେଇଥିଲେ। ମାତ୍ର କୋଭିଡ୍ ପଜିଟିଭ୍ ବାହାରିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କୁ କରୋନା ଵାର୍ଡରେ ଚିକିତ୍ସା ପାଇଁ କହିଲେ। ତେଣୁ ବାଧ୍ୟ ହୋଇ ସେ ପ୍ଲାବନକୁ କଟକ ନେଇଥିଲେ। ହେଲେ ସେଠାରେ କୋଭିଡ୍ ରିପୋର୍ଟ ନେଗେଟିିଭ୍ ଆସିଥିଲା। କେଇ ଘଣ୍ଟା ଭିତରେ କେମିତି ଜଣେ ମଣିଷର କରୋନା ରିପୋର୍ଟ ପଜିଟିଭ୍‌ରୁ ନେଗେଟିଭ୍ ହୋଇଯାଉଛି ସେ ନେଇ ରଶ୍ମିରଂଜନ ପ୍ରଶ୍ନ କରିଛନ୍ତି। କରୋନା ରିପୋର୍ଟ ନେଗେଟିଭ୍ ଆସିବା ସତ୍ତ୍ବେ ଆଇସିୟୁର ବେଡ୍ ନଥିବା କହି ସାଧାରଣ ଵାର୍ଡରେ ଅନ୍ୟ ରୋଗୀଙ୍କ ପରି ତାଙ୍କ ଚିକିତ୍ସା କରାଗଲା। ଯେଉଁଥିପାଇଁ ତାଙ୍କ ମୃତ୍ୟୁ ଘଟିଲା ବୋଲି ରଶ୍ମିରଂଜନ କହିଛନ୍ତି।

ଅନ୍ୟପକ୍ଷରେ ପ୍ଳାବନଙ୍କ ବାପା ପବିତ୍ର ଓ ଗୋବିନ୍ଦ ଜେନା ବର୍ତ୍ତମାନ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ଉଭୟଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଆଇସିୟୁରେ ଭର୍ତ୍ତି କରାଯାଇନଥିବା ବେଳେ ଚିକିତ୍ସାରେ ଅବହେଳା କରାଯାଉଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟମାନେ ୫ ଜଣ ଏବେ ଘରେ ଚିକିତ୍ସାଧୀନ ଥିବା ରଶ୍ମିରଂଜନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe