ପଟୁଆର ସୋ’ରେ ମିନି ଭାରତର ଝଲକ

Advertisment
ପଟୁଆର ସୋ’ରେ ମିନି ଭାରତର ଝଲକ

ଚନ୍ଦ୍ରଶେଖରପୁର: ମଞ୍ଚେଶ୍ୱର ରେଳ କ୍ରୀଡ଼ା ପଡ଼ିଆରେ ଆୟୋଜିତ ୧୮ତମ ସର୍ବଭାରତୀୟ ରେଳପଥ ଭାରତ ସ୍କାଉଟ୍‌ ଓ ଗାଇଡ୍‌ ଜାମ୍ବୋରିର ଆଜି ଥିଲା ଚତୁର୍ଥ ଦିବସ। ଏହି ଅବସରରେ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ପ୍ରଦର୍ଶିତ ‘ପଟୁଆର ସୋ’ରେ ମିନି ଭାରତର ଝଲକ ଦେଖିବାକୁ ମିଳିଥିଲା। ବିଭିନ୍ନ ରାଜ୍ୟର ପାରମ୍ପରିକ ସଂସ୍କୃତି, ପ୍ରଥା ପରମ୍ପରା, ପୌରାଣିକ ଓ ଐତିହାସିକ ତଥ୍ୟ ଆଧାରିତ ନୃତ୍ୟ, ପଥପ୍ରାନ୍ତ ନାଟକ ପ୍ରଦର୍ଶିତ ହୋଇଥିଲା। ଭାରତର ବିଭିନ୍ନ ରାଜ୍ୟରୁ ଆସିଥିବା ସ୍ୱେଚ୍ଛାସେବୀମାନେ ନିଜ ନିଜ ରାଜ୍ୟର କଳା ସଂସ୍କୃତିର ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷା ମଧୁଲିକା ସିଂହ ଉଦ୍‌ଘାଟନ କରିଥିବା ବେଳେ ସ୍କାଉଟ୍‌ ଓ ଗାଇଡ୍‌ର ରାଜ୍ୟ ମୁଖ୍ୟ କମିସନର୍‌ ମଂଜୁ ରାୟ ଓ ମହିଳା କଲ୍ୟାଣ ସଂଗଠନର କର୍ମକର୍ତ୍ତାଗଣ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଯେ ଜାମ୍ବୋରିଟିର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ। ସକାଳ ୯.୩୦ରେ କଳିଙ୍ଗ ହସ୍ପିଟାଲ ଛକରୁ ଆଚାର୍ଯ୍ୟ ବିହାରଛକ ପର୍ଯ୍ୟନ୍ତ ଏକ ମାନବଶୃଙ୍ଖଳ କରାଯିବ। ଅପରାହ୍‌ଣରେ ରାଜ୍ୟପାଳ ଡ. ଏସ୍‌ ସି ଜମିର୍‌ ଉଦ୍‌ଯାପନୀ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe