୩୦ ତାରିଖ ବିଶାଳ ସମାବେଶକୁ କଂଗ୍ରେସର ସମର୍ଥନ, ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଭବନରେ ବୈଠକ

Advertisment

୨୩, ୨୬ ଓ ୩୦ ତାରିଖରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି

୨୩, ୨୬ ଓ ୩୦ ତାରିଖରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି

ବ୍ରଜରାଜନଗର ଉପନିର୍ବାଚନରେ ଜିତିବା ଲାଗି କଠିନ ପରିଶ୍ରମ କରିବାକୁ ପଡ଼ିବ: ପିସିସି ସଭାପତି

twitter.com

ଭୁବନେଶ୍ବର: ଆସନ୍ତା ୩୦ ତାରିଖରେ ଭୁବନେଶ୍ବର ସ୍ଥାନୀୟ ଲୋୟର ପିଏମଜିଠାରେ 'ଆମେ ଭାରତବାସୀ' ନାଗରିକ ସଂଗଠନ ପକ୍ଷରୁ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ, ଧର୍ମ ନିରପେକ୍ଷତା ବିରୋଧୀ ନାଗରିକ ସଂଶୋଧନ ଆଇନ୍‌ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଏବଂ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର୍‌) ପ୍ରତ୍ୟାହାର ଦାବିରେ ଅନୁଷ୍ଠିତ ହେବାକୁ ଥିବା ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରିବ। ଆଜି କଂଗ୍ରେସ ଭବନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ହୋଇଛି। ସମ୍ବିଧାନ ବଞ୍ଚାଅ, ଧର୍ମ ନିରପେକ୍ଷତା ବଞ୍ଚାଅ ଓ ଦେଶ ବଞ୍ଚାଅ ଅଭିଯାନକୁ ସଫଳ କରିବା ପାଇଁ ରାଜ୍ୟର ସମସ୍ତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ବହୁ ସଂଖ୍ୟାରେ ଯୋଗଦେବାକୁ ଶ୍ରୀ ପଟ୍ଟନାୟକ ନିବେଦନ କରିଛନ୍ତି।

ଏହାସହିତ ବୈଠକରେ ଆସ୍ତନ୍ତା ୨୩ ଓ ୨୬ ତାରିଖ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଗୁରୁବାର ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୪ ତମ ଜନ୍ମ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପିସିସି ପକ୍ଷରୁ ରସୁଲଗଡ଼ସ୍ଥିତ ସୁବାସ ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହ ସ୍ଥାନୀୟ ଭିଏସ୍‌ଏସ୍‌ନଗର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଜାନୁଆରି ୨୬ ତାରିଖରେ ଗଣତନ୍ତ୍ର ଦିବସରେ ସ୍ଥାନୀୟ ପିସିସି କାର୍ଯ୍ୟାଲୟରେ ସଭାପତି ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ବିଧାନ ସୁରକ୍ଷା ପାଇଁ ଏକ ସଂକଳ୍ପ ପାଠ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ, ଶିବାନନ୍ଦ ରାୟ, ଉମା ବଲ୍ଲଭ ରଥ, ମନୋରଞ୍ଜନ ଦାସ, ଶୁଭେନ୍ଦୁ ମହାନ୍ତି, ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ରଶ୍ମି ମହାପାତ୍ର, ଶୁଭଶ୍ରୀ ପଣ୍ଡା, ଜ୍ଞାନଦେବ ବେଉରା, ସଂଗ୍ରାମ ଜେନା, ମନୋଜ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe