ରସୁଲଗଡ଼ ଓଭରବ୍ରିଜ୍‌ରୁ ଖସିଲା ସ୍ଲାବ୍‌ ଖଣ୍ଡ

Advertisment

ଅଳ୍ପକେ ବର୍ତ୍ତିଲେ ପଥଚାରୀ

ଅଳ୍ପକେ ବର୍ତ୍ତିଲେ ପଥଚାରୀ

ରସୁଲଗଡ଼ ଓଭରବ୍ରିଜ୍‌ରୁ ଖସିଲା ସ୍ଲାବ୍‌ ଖଣ୍ଡ

ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍‌ ଧସି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଘଟଣାର ଭୟ ଲୋକଙ୍କ ମନରୁ ଯାଇନଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ରାଜଧାନୀର ସବୁଠାରୁ ଚଳଳଞ୍ଚଳ ରସୁଲଗଡ଼ ଓଭର ବ୍ରିଜ୍‌ରୁ ସ୍ଲାବ ଭାଙ୍ଗି ସ୍ଲାବ ଖଣ୍ଡ ଗୁଡ଼ିକ ତଳେ ପଡ଼ିବା ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ହଠାତ୍‌ ଉପରୁ ସ୍ଲାବ ଖସିବା ଫଳରେ ଆଖପାଖରେ ଠିଆ ହୋଇଥିବା ଲୋକମାନେ ଭୟରେ ଦୌଡ଼ା ଦୌଡ଼ି ହୋଇଥିଲେ। ବ୍ରିଜ୍‌ ଭାଙ୍ଗିଲା ବ୍ରିଜ୍‌ ଭାଙ୍ଗିଲା କହି ଯିଏ ଯୁଆଡ଼େ ପରିଥିଲେ ଦୌଡ଼ିଥିଲେ। ଏଭଳି ହୋ ହାଲ୍ଲା ଫଳରେ କିଛି ସମୟ ପାଇଁ ରାସ୍ତାରେ ଏକ ପ୍ରକାର ଯାତାୟତ ଠପ୍‌ ହୋଇଯାଇଥିଲା। ସ୍ଲାବ ଖଣ୍ଡ ରାସ୍ତାରେ ପଡ଼ିଥିଲେ ମଧ୍ୟ ସୌଭାଗ୍ୟବସତଃ କୌଣସି ଲୋକଙ୍କର କିଛି କ୍ଷତି ଘଟିନଥିଲା। ରାସ୍ତାରେ ସ୍ଲାବ ଖଣ୍ଡ ପଡ଼ିରହି ଥିବାରୁ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ସ୍ଲାବ ଖସିବା ଫଳରେ ଏବେ ସେହି ରାସ୍ତାରେ ଯିବାକୁ ଲୋକମାନେ ଭୟକରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆଗାମୀ ଦିନରେ ଯେ ଏଭଳି ଘଟଣା ନଘଟିବ କେହି କହିପାରି ବେନି। ଯଦି କୌଣସି କ୍ଷତିଘଟେ ଏଥିପାଇଁ କିଏ ଉତ୍ତରଦାୟୀ ? ତେଣୁ ବାଟରେ ଯାଉଥିବା ଲୋକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ନିମ୍ନମାନର କାମ ଯୋଗୁଁ ଓଭରବ୍ରିଜ୍‌ରୁ ଏଭଳି ସ୍ଲାବ ଖଣ୍ଡ ଖସିଛି। ଏମିିତିକି ଭାରିଯାନ ଯାତାୟତ ସମୟରେ ଓଭରବ୍ରିଜ୍‌ ହଲ୍‌ୁ ଥିବା ଲୋକମାନେ କହିଛନ୍ତି। ଏହାଛଡ଼ା ବିଭିନ୍ନ ସମୟରେ ଚେକିଂ ଯୋଗୁଁ ବହୁ ସମୟ ଧରି ଭାରିଯାନ ଗୁଡ଼ିକ ଓଭରବ୍ରିଜ୍‌ ଉପରେ ରହିବାରୁ ବ୍ରିଜ୍‌ରେ ସମସ୍ୟା ଦେଖା ଦେଉଥିବା ଜାତୀୟ ରାଜପଥ କତ୍ତୃପକ୍ଷ ଅଭିଯୋଗ କରିଛିନ୍ତି। ବ୍ରିଜ୍‌ରୁ ସ୍ଲାବ ଖସିବା ଘଟଣା ନୂଆ ନୁହେଁ। ପୂର୍ବରୁ ବିଭିନ୍ନ ସମୟରେ ଓଭରବ୍ରିଜ୍‌ ସ୍ଲାବ ଖସି ମୃତାହତ ହୋଇଥିବା ନଜିର ରହିଛି। ପୂର୍ବରୁ ଜୟଦେବବିହାର, ଆଚାର୍ଯ୍ୟବିହାର, ବାଣୀବିହାର, ରାଜମହଲ ଆଦି ବିଭିନ୍ନ ସ୍ଥାନରେ ଓଭରବ୍ରିଜ୍‌ ନିର୍ମାଣାଧନୀନ ସମୟରେ ସ୍ଲାବ ଖସି କାର୍ଯ୍ୟରତ ଶ୍ରମିକ ଓ ସାଧାରଣ ଲୋକଙ୍କ ଧନଜୀବନ କ୍ଷତି ଘଟିଥିବା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe