ରାଜଧାନୀବାସୀ ସହଯୋଗ କରନ୍ତୁ, ‘ଦାଦା’ ମୂଳପୋଛ ହେବେ: କମିସନର୍‌

Advertisment
କଟକର ନୟାସଡ଼କ ଆଇଆଇଏଫଏଲ୍ ସୁନା ଲୁଟ୍ ମାମଲାରେ ଏଯାବତ୍ ୧୦ଜଣ ଗିରଫ ହେଲେଣି: ପୁଲିସ କମିସନର୍

Police Commissionerate

ଭୁବନେଶ୍ୱର : ରାଜଧାନୀବାସୀ ଦାଦାବଟିକୁ ନା’ କରନ୍ତୁ। ଟଙ୍କାଟିଏ ବି ବଟି ଦିଅନ୍ତୁ ନାହିଁ। ଶାନ୍ତିରେ ଘର ତୋଳନ୍ତୁ। ପୁଲିସକୁ ବିଶ୍ବାସକୁ ନିଅନ୍ତୁ। ଯେଉଁଠାରେ ଏଭଳି ଧମକ ଆସୁଛି ଭୟଭୀତ ନ ହୋଇ ପୁଲିସକୁ ଖବର ଦିଅନ୍ତୁ। ଅଭିଯୋଗକାରୀଙ୍କ ନାମ ଗୋପନ ରହିବା ସହ ସମସ୍ତ ପ୍ରକାରର ସୁରକ୍ଷା ଯୋଗାଇ ଦିଆଯିବ। ତଥାକଥିତ ‘ଦାଦା’ଙ୍କ ମୂଳପୋଛ କରାଯିବ ବୋଲି କହିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ଏଥିପାଇଁ ସେ ରାଜଧାନୀବାସୀଙ୍କ ସହଯୋଗ ଲୋଡ଼ିବା ସହ ରାଜାକୁ ଗିରଫ କରିଥିବା ଅଧିକାରୀଙ୍କୁ ସାବାସୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe