ପରିମଳ ନିୟମ ମାନୁନାହାନ୍ତି ଲୋକେ

Advertisment

ଅଳିଆ ସଂଗ୍ରହ ବେଳେ ସୌଭାଗ୍ୟ ନଗରରେ ପ୍ରବଳ ଉତ୍ତେଜନା

ଅଳିଆ ସଂଗ୍ରହ ବେଳେ ସୌଭାଗ୍ୟ ନଗରରେ ପ୍ରବଳ ଉତ୍ତେଜନା

ପରିମଳ ନିୟମ ମାନୁନାହାନ୍ତି ଲୋକେ

Times of India

ଭୁବନେଶ୍ୱର: ଅଳିଆ ଗାଡ଼ିକୁ ପୃଥକ୍‌ ପୃଥକ୍‌ ଆବର୍ଜନା ନ ଦେବାକୁ କେନ୍ଦ୍ର କରି ଗତକାଲି ସୌଭାଗ୍ୟନଗରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମିଳିଥିବା ସୂଚନାନୁଯାୟୀ, ବିଏମସିର ଅଳିଆ ଗାଡ଼ି ଘର ଘର ବୁଲି ଅଳିଆ ସଂଗ୍ରହ କରୁଥିବା ବେଳେ ସେଠାରେ ରହୁଥିବା ଜଣେ ମହିଳା ପୃଥକ ପୃଥକ କରି (ଶୁଖିଲା ଓ ଓଦା) ଅଳିଆ ଦେଇନଥିଲେ। ସଫେଇ ଗାଡ଼ି କର୍ମଚାରୀ ଏ ସଂପର୍କରେ ତାଙ୍କୁ କହିବାରୁ ମହିଳାଜଣଙ୍କ ତାଙ୍କୁ ପାଲଟା ଜବାବ ଦେଇଥିଲେ। ଗାଡ଼ି କେତେବେଳେ ଆସୁଛି ଆମେ ଜାଣି ପାରୁନୁ, ମନଇଚ୍ଛା କାହିଁକି ଆସୁଛ ଏମିତି କେତେ କ’ଣ କହି ଆବର୍ଜନା ନ ପକାଇ ପଳାଇଥିଲେ।

ତେବେ ମହିଳାଙ୍କ ସହ ବଚସା ନ କରି ସଫେଇ କର୍ମଚାରୀଜଣଙ୍କ ତାଙ୍କ ଫଟୋ ଉଠାଇବାରୁ ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ସମ୍ପୃକ୍ତ ମହିଳାଙ୍କ ସ୍ବାମୀ ଆସି ସଫେଇ କର୍ମଚାରୀଙ୍କ ନାମରେ ଥାନାରେ ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ଖବର ପାଇ କର୍ପୋରେଟର୍‌ ଓ ଵାର୍ଡ ଅଫିସର୍‌ ସେଠାରେ ପହଞ୍ଚି ସମ୍ପୃକ୍ତ ଲୋକଙ୍କୁ ବୁଝାସୁଝା କରିବାରୁ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଖାଲି ସୌଭାଗ୍ୟନଗର ନୁହେଁ, ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରତି ଦିନ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ ହୋଇଛି। ଯେତେ ସଚେତନ କରାଗଲେ ବି କିଛି ଲୋକ ଆବର୍ଜନାକୁ ପୃଥକ୍‌ ପୃଥକ୍‌ ଦେଉନାହାନ୍ତି। ଦୁଃଖର କଥା ହେଲା, ବିଏମ୍‌ସି ବି ସେଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe