ଲୋକେ ମାନୁନାହାନ୍ତି କଟକଣା, ମାସ୍କ ନ ଥିଲେ ଗୋଶାଳାରେ ମିଳିବନି କ୍ଷୀର

ଲୋକେ ମାନୁନାହାନ୍ତି କଟକଣା, ମାସ୍କ ନ ଥିଲେ ଗୋଶାଳାରେ ମିଳିବନି କ୍ଷୀର

ଜଟଣୀ: ମହାମାରୀ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷାପାଇବା ପାଇଁ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି ।ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଜି ସୁଦ୍ଧା ୬୦ ଛୁଇଁବାପରେ ସରକାରଙ୍କ ଚିନ୍ତା ବଢ଼ିଛି ।ଏହି ସଂକ୍ରମଣରୁ ଜନଜୀବନକୁ ରକ୍ଷା କରିବାପାଇଁ ସାମାଜିକ ଦୁରତ୍ବ ପାଳନ କରିବା ସହ ଘରେ ରହିବା ବର୍ତ୍ତମାନ ପରିପ୍ରେକ୍ଷୀରେ ଏକମାତ୍ର ବିକଳ୍ପ। ହେଲେ ଲୋକେ ସତର୍କ ହେଉ ନାହାନ୍ତି । ବାରମ୍ବାର ତାଗିଦ୍‌ ପରେ ମଧ୍ୟ ବିଭିନ୍ନ ଆଳରେ ଲୋକେ ବାହାରେ ବୁଲିବା ସହିତ ସାମାଜିକ ଦୁରତ୍ବକୁ ବେଖାତିର କରିଚାଲିଛନ୍ତି । ଖାଦ୍ୟ ସୁରକ୍ଷା ଯୋଜନାରେ ଶହଶହ ସଂଖ୍ୟାରେ ଲୋକମାନେ ଲମ୍ବାଲାଇନରେ ଡିଲରଙ୍କ ନିକଟରେ ଛିଡ଼ା ହେଉ ଥିବା ଦେଖିବାକୁ ମିଳୁଛି । ଫଳରେ ଏଥିରେ ସାମାଜିକ ଦୁରତା ରହୁନାହିଁ । ଏହି କ୍ରମରେ ୧୯ ଟି ଡିଲର୍‌ ପଏଣ୍ଟ୍‌ରେ ଭିଡ଼ ଦେଖିବାକୁ ମିଳିଛି ।ଏହିକ୍ରମରେ ପରିବା ମାର୍କେଟ୍‌, ଆମିଷ ବଜାରରେ ମଧ୍ୟ ଅନୁପୁରକଭାବେ ଦେଖିବାକୁ ମିଳୁଛି ।

ମାସ୍କ ନ ଥିଲେ ଗୋଶାଳାରେ ମିଳିବନି କ୍ଷୀର
ଜଟଣୀ: ଜଟଣୀ ଅଞ୍ଚଳକୁ ଶହଶହ ବର୍ଷରୁ ଖାଉଟିମାନଙ୍କୁ ଦୁଗ୍ଧ ଯୋଗାଉଥିବା ଜଟଣୀର ଶ୍ରୀଜଗନ୍ନାଥ ଗୋଶାଳାରେ ମାସ୍କ ନ ପିନ୍ଧିଲେ ଏଣିକି ଖାଉଟିମାନଙ୍କୁ କ୍ଷୀର ଦିଆଯିବ ନାହିଁ ବୋଲି ଗୋଶାଳା କମିଟି ଏକ ଡାଇଡ୍‌ଲାଇନ୍‌ ଜାରି କରିଛି। ଆଜି କମିଟି ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଶ୍ରୀଜଗନ୍ନାଥ ଗୋଶାଳା ପୁରୀ ହେଉଛି ଜଟଣୀର ସର୍ବପୁରାତନ ଅନୁଷ୍ଠାନ। ୧୮୮୭ ମସିହାଠାରୁ କ୍ଷୀର ଯୋଗାଉଥିବା ଏହି ଗୋଶାଳାକୁ ପ୍ରତିଦିନ ୫୦ରୁ ଊର୍ଦ୍ଧ୍ବ ଖାଉଟି ପ୍ରତିଦିନ କ୍ଷୀର ନେବାପାଇଁ ଆସିଥାନ୍ତି। ମାତ୍ର ମହାମାରୀ କରୋନା ସଂକ୍ରମଣ ପ୍ରଭାବରେ ଲୋକମାନେ କ୍ଷୀର ନେବାଲାଗି ଆସୁଥିବା ବେଳେ ମାସ୍କ ପିନ୍ଧୁ ନଥିବା ଅଭିଯୋଗ ହୋଇଥିଲା। ତେବେ ଏନେଇ ମଙ୍ଗଳବାର ଗୋଶାଳା କମିଟି ବୈଠକ ଅନୁଷ୍ଠିତ ହୋଇ ମାସ୍କ ପିନ୍ଧି ଗୋଶାଳାକୁ ପ୍ରବେଶ ବାଧ୍ୟତାମୂଳକ କରାଯାଇଥିଲା। ଏ ନେଇ ଆଜି ଦୈନିକ ଆସୁଥିବା ଖାଉଟିମାନଙ୍କୁ ସୂଚିତ କରାଯାଇଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ଯୋଗୁଁ ଏହି ଗୋଶାଳାରେ ରହୁଥିବା ୨୦୦ରୁ ଊର୍ଦ୍ଧ୍ବ ଗାଈ,ଷଣ୍ଢ,ବାଛୁରୀ ପ୍ରଭୃତିକୁ ନେଇ ଆଶଙ୍କାରେ ରହିଛି ସଂସ୍ଥା। ଏଥିପାଇଁ ଗୋଶାଳାକୁ ପ୍ରତିଦିନ ସାନିଟାଇଜ୍‌ କରିବାକୁ ସମାଜସେବୀ ଏସ୍‌ ଜନ୍ ପ୍ରଶାସନକୁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe