ଲତାଙ୍କ ଗୀତରେ ଝୁମିଲେ ଦର୍ଶକ, ଜିନ୍ଦେଗୀ ପ୍ୟାର୍ କା ଗୀତ୍ ହେ...

Advertisment
ଲତାଙ୍କ ଗୀତରେ ଝୁମିଲେ ଦର୍ଶକ, ଜିନ୍ଦେଗୀ ପ୍ୟାର୍ କା ଗୀତ୍ ହେ...

ଭୁବନେଶ୍ବର: ଜିନ୍ଦେଗୀ ପ୍ୟାର୍‌କା ଗୀତ ହେ, ଉସେ ହର ଦିଲ୍‌ କୋ ଗାନା ପଡ଼େଗା..., ହୋ ଗୟା ହେ ତୁଝକୋ ତୋ ପ୍ୟାର ସଜନା..., ପରି ଲତା ମଙ୍ଗେସକରଙ୍କ ଲୋକପ୍ରିୟ ମନଛୁଆଁ ଗୀତରେ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ଝୁମି ଉଠୁଥିଲେ ଦର୍ଶକ। ଅବସର ଥିଲା ‘ଆରାଧନା ମ୍ୟୁଜିକ’ ପକ୍ଷରୁ ସଙ୍ଗୀତଭିତ୍ତିକ ସନ୍ଧ୍ୟା। ଏହି କାର୍ଯ୍ୟକ୍ରମର ସ୍ବତନ୍ତ୍ରତା ଥିଲା ଯେ ଏଥିରେ କେବଳ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଗୀତ ପରିବେଷଣ କରାଯାଇଥିଲା। ଚଲୋ ସଜ୍‌ନା..., ନା‌ଜାନେ କିଉଁ..., ଯା’ରେ ଉଡ଼ି ଯା... ପରି ଲତାଙ୍କ ଅନେକ ଲୋକପ୍ରିୟ ଗୀତକୁ ଶ୍ରୋତାଙ୍କ ସାମ୍ନାରେ ପରିବେଷଣ କରିଥିଲେ ମମତା ପାଢ଼ୀ ଓ ସାଥୀ କଳାକାରମାନେ। ଆଜିର ସଙ୍ଗୀତ ସନ୍ଧ୍ୟାରେ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ, ଅବସରପ୍ରାପ୍ତ ପ୍ରଶାସକ ଅରବିନ୍ଦ ବେହେରା ଓ କଥାକାର ଗୌରହରି ଦାସ। ଉପସ୍ଥିତ ଅତିଥିମାନେ ଲତାଙ୍କୁ ସରସ୍ବତୀଙ୍କ ସହିତ ତୁଳନା କରି କହିଥିଲେ, ତାଙ୍କ ଗୀତରେ ଅ‌ାଜି ବି ସମସ୍ତେ ଦିୱାନା ହୁଅନ୍ତି। ବୟସ କମ୍‌ ଥିବା ବେଳେ ତାଙ୍କ ସ୍ବରରେ ଯେପରି ଯାଦୁ ଥିଲା, ବୟସ ବଢ଼ିବା ପରେ ମଧ୍ୟ ସେମିତି ରହିଛି। କାର୍ଯ୍ୟକ୍ରମରେ ସୌରଭ ନାୟକଙ୍କୁ ଶ୍ରେଷ୍ଠ ଗାୟକ ଓ ଅଭୟ ମାଲିଆଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବେ ସମ୍ମାନିତ କରାଯାଇଥିଲା। ମୋହନ ମାଜେଠିଆ ଏବଂ ଗୁଲଶନ ନଦିମ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରୁଦ୍ର ପ୍ରସାଦ ମହାପାତ୍ର ସଭା ସଂଯୋଜନା କରିଥି‌େଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe