ଥାନା ଆଗରେ ଶବ ରଖି ନ୍ୟାୟ ଦାବି କଲେ ପରିବାର ଲୋକ

Advertisment
ପାହାଡ଼ ତଳେ ମହିଳାଙ୍କ ଗଳିତ ଶବ, ହତ୍ୟା ସନ୍ଦେହ

ବାରଙ୍ଗ ନନ୍ଦନକାନନ ଥନା ଆଗରେ ଶବ ରଖି ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ନ୍ୟାୟ ପ୍ରଦାନ ଦାବି କରିଛନ୍ତି ମୃତକଙ୍କ ପରିବାର ଲୋକେ। ମୃତ ବ୍ୟକ୍ତି ଜଣକ ପଦାସାହି ଭଗବତୀ ନଗରର ଦୀପକ ଭୋଇ। ଗତ ୨୬ ତାରିଖରେ ମୋବାଇଲ ଚୋରି ଘଟଣାକୁ କେନ୍ଦ୍ର କରି ଦୀପକଙ୍କର ତାଙ୍କ ଗ୍ରାମର ଯୋଗୀ ସାମଲଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଦୀପକ ନନ୍ଦନକାନନ ଥାନାରେ ଅଭିଯୋଗ କରିବା ପରେ ମାଡ଼ ମାରିଥିବା ଅଭିଯୋଗରେ ପୁଲିସ ଯୋଗୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିଦିନ ଜାମିନରେ ଯୋଗୀ ଘରକୁ ଫେରିଥିଲା। ଗୁରୁତର ଅବସ୍ଥାରେ ଦୀପକ ଚିିକିତ୍ସା ପାଇଁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଶନିବାର ରାତିରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦ ହୋଇ ଫେରିବା ପରେ ଆଜି ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଶବକୁ ଆଣି ନନ୍ଦନକାନନ ଥାନା ଆଗରେ ରଖି ଦୋଷୀକୁ ଦଣ୍ଡ ପ୍ରଦାନ କରି ନ୍ୟାୟ ଦେବାକୁ ଦାବି କରିଥିଲେ। ଥାନା ଅଧିକାରୀ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଶବଦାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe