ଲୋକଙ୍କ ଇଚ୍ଛା, ସେମାନଙ୍କ ଘର ଆହୁରି ସୁନ୍ଦର ହେଉ

କନକ ନ୍ୟୁଜ୍‌ ପକ୍ଷରୁ ଓଡ଼ିଶା ଆଞ୍ଚଳିକ ବ୍ୟବସାୟ ସପ୍ତାହ-୨୦୨୨

ଲୋକଙ୍କ ଇଚ୍ଛା, ସେମାନଙ୍କ ଘର ଆହୁରି ସୁନ୍ଦର ହେଉ

ଭୁବନେଶ୍ବର: ‘ଘର ପାଇଁ ଚାହିଦା ବଢ଼ୁଛି କି?’ ଶୀର୍ଷକ ଆଲୋଚନାଚକ୍ରରେ ଟ୍ବିନ୍‌ସିଟି ଇନ୍‌ଫ୍ରାଷ୍ଟକଚର୍‌ର ପରିଚାଳନା ନିର୍ଦ୍ଦେଶକ ଦିବ୍ୟସ୍ନାତା ମହାନ୍ତି କହିଥିଲେ, ମହିଳାମାନଙ୍କ ପାଖରେ ବି ବିଲଡର୍‌ ହେବାର ଦକ୍ଷତା ରହିଛି। ଓରି ହୋମ୍‌ସ କନ୍‌ଷ୍ଟ୍ରକସନ୍‌ର ପରିଚାଳନା ନିର୍ଦ୍ଦେଶକ ଦେବାଶିଷ ସେଠୀ କହିଥିଲେ, ରାଜଧାନୀର ୫୬.୩ ପ୍ରତିଶତ ଲୋକଙ୍କ ଇଚ୍ଛା, ସେମାନଙ୍କ ଘର ଆହୁରି ସୁନ୍ଦର ହେଉ। ଏବେ ସେଇ ଇଚ୍ଛାକୁ ପୂରଣ କରିବା ପାଇଁ ଆବଶ୍ୟକ ସାମଗ୍ରୀ ସହଜରେ ମିଳୁଥିବାରୁ ବ୍ୟବସାୟ ଭଲ ହୋଇପାରୁଛି। ମେଗା ବିଲ୍ଡର୍ସ ଆଣ୍ଡ ଡେଭ୍‌ଲପର୍ସର ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ବେହେରା କହିଥିଲେ, ୧୨ବର୍ଷ ଭିତରେ ୫୦୦ରୁ ଅଧିକ ବ୍ୟକ୍ତିଙ୍କୁ ଘର କରି ଦେଇ ସାରିଲେଣି। ସେହିପରି ଆଗାମୀ ଦିନରେ ଆହୁରି ୨୦୦ ଫ୍ଲାଟ୍ ଲୋକଙ୍କୁ ଦେବା ପାଇଁ ସବୁ କାମ ଆରମ୍ଭ ହୋଇଛି।

ସ୍ଥାନୀୟ ବଜାରର ଚାହିଦା ଜାଣିବାକୁ ପଡ଼ିବ

publive-image

ପ୍ରସାଦ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ମୋହିତ ପ୍ରସାଦ କହିଥିଲେ, ଉଚ୍ଚଶିକ୍ଷା ସମାପ୍ତ ପରେ ବିଭିନ୍ନ ରାଜ୍ୟର ବଡ଼ ଅଳଙ୍କାର ଦୋକାନର ବ୍ୟବସାୟିକ ବ୍ୟବସ୍ଥା ଆମ ଦୋକାନରେ କାର୍ଯ୍ୟକାରୀ କରିଛି। ବହିରୁ ପ୍ରାପ୍ତ ଜ୍ଞାନ ଅନୁସାରେ ଅନେକ ନୂତନ ରଣନୀତି ଗ୍ରହଣ କରିଥିଲି କିନ୍ତୁ ସବୁରେ ଫେଲ୍‌ ମାରିଛି। ନିଜ ଅଞ୍ଚଳର ବଜାରର ଚାହିଦା ଭଲ ଭାବରେ ବୁଝି ସେହି ଅନୁଯାୟୀ କାର୍ଯ୍ୟ କରିବା ପରେ ହିଁ ସଫଳତା ମିଳିଲା। ଜିଆଇଓ ଆଇଡି ରିସୋର୍ସର ନିର୍ଦ୍ଦେଶକ ଅମରେଶ ସାମନ୍ତରାୟ କହିଥିଲେ, ଦୀର୍ଘ ବର୍ଷ ଧରି ଚାକିରି କରିବା ପରେ ଏହି କ୍ଷେତ୍ରରେ ବ୍ୟବସାୟ ଆରମ୍ଭ କରିଛି। ଯେଉଁଥିରେ କେବଳ ଗୋଟିଏ ନୁହେଁ, ଅନେକ କମ୍ପାନି ପାଇଁ କାର୍ଯ୍ୟ କରିବାର ସୁଯୋଗ ରହିଛି।

ଶିବଶକ୍ତି ଆଷ୍ଟ୍ରୋ ୱାର୍ଲ୍ଡର ଡ. ମୃତ୍ୟୁଞ୍ଜୟ ଦାସ କହିଥିଲେ, ଅନୁଭବ, ସମୟାନୁବର୍ତ୍ତୀ ହେବା ସହ ଅଧିକରୁ ଅଧିକ ଲୋକଙ୍କ ସହ ମିଶିଲେ ସଫଳତା ମିଳି ପାରିବ। ଜ୍ୟୋତିର୍ବିଜ୍ଞାନ ଏକ ଭରସା ଏବଂ ବିଶ୍ବାସ। ମିଛ ଜ୍ୟୋତିର୍ବିଦଙ୍କ କବଳରେ ପଡ଼ି ଏହି ବିଦ୍ୟା ପ୍ରତି ଲୋକ ବିଶ୍ବାସ ହରାଉଥିବାରୁ ଇଂଜିନିୟରିଂ ଛାଡ଼ି ଏଥିପ୍ରତି ଆଗ୍ରହ ପ୍ରକାଶ କରିଛି ବୋଲି ଡ. ଦାସ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe