ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ: ପର୍ଯ୍ୟଟନ କ୍ଷେତ୍ରକୁ ସ୍ବାଭାବିକ କରିବାକୁ ସରକାରଙ୍କ ପ୍ରୟାସ

Advertisment

ରୋଡ୍‌ ସୋ’, ଭର୍ଚୁଆଲ୍‌ ଟୁରିଜିମ୍‌ ଯୋଜନା ପ୍ରସ୍ତୁତ କରିବ ଓଟିଡିସି, ନିଜ ନିଜ ଗାଡ଼ିରେ ଆସିବେ ବାହାର ରାଜ୍ୟର ପର୍ଯ୍ୟଟକ

ରୋଡ୍‌ ସୋ’, ଭର୍ଚୁଆଲ୍‌ ଟୁରିଜିମ୍‌ ଯୋଜନା ପ୍ରସ୍ତୁତ କରିବ ଓଟିଡିସି, ନିଜ ନିଜ ଗାଡ଼ିରେ ଆସିବେ ବାହାର ରାଜ୍ୟର ପର୍ଯ୍ୟଟକ

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ: ପର୍ଯ୍ୟଟନ କ୍ଷେତ୍ରକୁ ସ୍ବାଭାବିକ କରିବାକୁ ସରକାରଙ୍କ ପ୍ରୟାସ

ଭୁବନେଶ୍ବର: କରୋନା ମହାମାରୀ ଯୋଗୁଁ ଠପ୍‌ ହୋଇଥିବା ରାଜ୍ୟ ପର୍ଯ୍ୟଟନ କିପରି ସ୍ବାଭାବିକ ହେବ ସେଥିପାଇଁ ଏବେଠୁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି। ଆଜି ଲୋକସେବା ଭବନରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁ୍ଷ୍ଠିତ ହୋଇଛି। ବାହାର ରାଜ୍ୟର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ଓଡ଼ିଶା ରାଜ୍ୟ ପର୍ଯ୍ୟଟନ ନିଗମ ରୋଡ୍‌ ସୋ, ଭରଚୁଆଲ୍‌ ଟୁରିଜିମ୍‌ ଯୋଜନା ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଛି। ବୈଠକରେ ଓଟିଡିସି ଅଧ୍ୟକ୍ଷା ଶ୍ବେତା ସ୍ନିଗ୍‌ଧା ମିଶ୍ର ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ କେତେକ ପ୍ରସ୍ତାବ ଦେଇଥିଲେ। ସେହିପରି ବିଭାଗୀୟ ଶାସନ ସଚିବ ବିଶାଳ ଦେବ କହିଥିଲେ, ତାଲାବନ୍ଦ ପ୍ରତ୍ୟାହାର ପରେ ବାହାର ରାଜ୍ୟରେ ରୋଡ୍‌ ସୋ କରିବାର ଆବଶ୍ୟକତା ରହିଛି। ବାହାର ରାଜ୍ୟର ପର୍ଯ୍ୟଟକମାନେ ନିଜ ନିଜ ଗାଡ଼ିରେ ଆସିବାକୁ ସୁଯୋଗ ସୃଷ୍ଟି କରିବା ନେଇ ବୈଠକରେ ଗୁରୁତ୍ବ ଦିଆଯାଇଥିଲା। ଏଥିପାଇଁ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀକୁ ଯିବା ପାଇଁ ଏକ ଉତ୍ସର୍ଗୀକୃତ ହେଲ୍‌ପ୍‌ଲାଇନ୍‌ ନମ୍ବର, ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ରାସ୍ତା ସୂଚାଇବା ପାଇଁ ପର୍ଯ୍ୟାପ୍ତ ଫଳକ ଲଗାଇବା, କାରାଭାନ୍‌ ଟୁର୍‌, ପ୍ୟାକେଜ୍‌ ଟୁର୍‌ର ପ୍ରଚଳନ ଉପରେ ଆଲୋଚନା ହୋଇଥିଲା। ସେହିପରି ବାହାର ରାଜ୍ୟର ପର୍ଯ୍ୟଟକ ଗାଡ଼ି ଧରି ଆସିଲେ ପେଟ୍ରୋଲ୍‌ ପମ୍ପ୍‌, ରହଣୀ ସ୍ଥଳ, ରେସ୍ତୋରାଁ ପ୍ରଭୃତି ଚିହ୍ନଟ କରି ସୂଚିତ କରିବାକୁ ପ୍ରସ୍ତାବ ରଖାଯାଇଥିଲା।

ଓଟିଡିସି ଅଧୀନରେ ଥିବା ହୋଟେଲଗୁଡ଼ିକର ଦରରେ ପରିବର୍ତ୍ତନ ଆଣି ବଜାର ଦର ସହ ସମାନ କରିବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରସ୍ତାବ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ଓ ପ୍ରକଳ୍ପ ମନିଟରିଂ ୟୁନିଟ୍‌ର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe