ପୋଷା କୁକୁର କଟକଣା ଡ୍ରାଫ୍ଟ ପ୍ରସ୍ତୁତ

Advertisment
ଚିନ୍ମୟ ଚେତନା/ ଶ୍ବାନ ସମାଚାର

Image Courtesy of Bilyonaryo

ଭୁବନେଶ୍ବର : ପୋଷା କୁକୁର ଉପରେ କଟକଣା ପାଇଁ ବିଏମ୍‌ସି ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ସ୍ବତନ୍ତ୍ର କମିଟି ଦ୍ବାରା ସ୍ବୀକୃତି ପାଇଛି। ଖୁବ୍‌ଶୀଘ୍ର ଏହା ଲାଗୁ ହେବ। ସ୍ବୀକୃତି ପାଇଥିବା ଡ୍ରାଫ୍ଟ ମୁତାବକ, କୁକୁର ପାଳିବାକୁ ହେଲେ ବିଏମ୍‌ସି ପାଖରେ ପଞ୍ଜୀକରଣ କରିବାକୁ ହେବ। ୪ ମାସ ପର୍ଯ୍ୟନ୍ତ କୁକୁର ମାଲିକଙ୍କୁ ସମୟ ଦିଆଯିବ। ଏହା ଭିତରେ ପଞ୍ଜୀକରଣ ନକଲେ, କାର୍ଯ୍ୟାନୁଷ୍ଠାନ ହେବ। ପ୍ରତି ବର୍ଷ ଏପ୍ରିଲ୍‌ରେ ପୁଣି ନବୀକରଣ ହେବ। କୁକୁରକୁ ନେଇ ମାଲିକ ବିଏମ୍‌ସିରେ ନବୀକରଣ ପାଇଁ ଆବେଦନ କରିବେ।

ପଞ୍ଜୀକରଣ ପାଇଁ ୫ଶହ ଟଙ୍କା ଦେୟ ଥିବା ବେଳେ ନବୀକରଣ ପାଇଁ ୨୫୦ ଟଙ୍କା ରହିଛି। ପଞ୍ଜୀକରଣକୁ ବର୍ଷେ ପୂରିବାର ଏକ ମାସ ପୂର୍ବରୁ ନବୀକରଣ ହେ‌ବ। ବିଳମ୍ବ ହେଲେ ଜରିମାନା ସହ ଦେୟ ୩୫୦ ଟଙ୍କା ହେବ। ସେହିଭଳି ବିଏମ୍‌ସିରୁ ମିଳିଥିବା ଟ୍ୟାଗ୍‌କୁ କୁକୁର ସବୁ ସମୟରେ ପିନ୍ଧିବ। ଏଥିରେ ମାଲିକଙ୍କ ଠିକଣା ସହ ପଞ୍ଜୀକରଣ ତଥ୍ୟ ରହିବ। ଚଢ଼ଉ ସମୟରେ ଏହି ତଥ୍ୟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। କୁକୁରର ମୃତ୍ୟୁ ହେଲେ ବିଏମ୍‌ସିରେ ଅବଗତ କରିବାକୁ ହେବ। ଜଣେ ମାଲିକ ଦୁଇଟି କୁକୁର ରଖିପାରିବେ। ବୁଲାକୁକୁର ପାଇଁ ଦେୟ ଦେବାକୁ ପଡ଼ିବନାହିଁ। ବିଦେଶୀ କୁକୁରଙ୍କୁ ବାହାରେ ଛାଡ଼ିଲେ ଉଠାଇନେଇ ଦିନକୁ ୩ଶହ ହିସାବରେ ମାଲିକଠାରୁ ଆଦାୟ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe