ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳସଚିବଙ୍କୁ ଦାବିପତ୍ର

Advertisment
ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ କୁଳସଚିବଙ୍କୁ ଦାବିପତ୍ର

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ବିଭିନ୍ନ ସମସ୍ୟା ନେଇ ଆଜି ଛାତ୍ରଛତ୍ରୀ କୁଳସଚିବଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ପୂର୍ବାହ୍ନରେ ବିଜୁ ଛାତ୍ର ଜନତା ଦଳ ସାଧାରଣ ସମ୍ପାଦକ ଦେବେଶ ଦାସ, ଅସିତ୍ କୁମାର ଦାସ, ଅଶୋକ କୁମାର ନାୟକ ଓ ଅମିତ୍ କୁମାର ଜେନାଙ୍କ ନେତୃତ୍ବରେ ବିଶ୍ୱବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ତିନି ଦଫା ସମ୍ବଳିତ ଏକ ଦାବିପତ୍ର ନେଇ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଅନୁପସ୍ଥିତିରେ କୁଳସଚିବ ଅଭୟ କୁମାର ନାୟକଙ୍କୁ ପ୍ରଦାନ କରିଥିଲେ।

ସେମାନଙ୍କ ଦାବି ଅନୁଯାୟୀ ବିପଦସଙ୍କୁଳ ଅବସ୍ଥାରେ ଥିବା ଛାତ୍ରାବାସ ଓ ଛାତ୍ରୀ ନିବାସଗୁଡ଼ିକର ମରାମତି, ସମସ୍ତ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ହଷ୍ଟେଲ ସିଟ୍ ପ୍ରଦାନ, ବିଶ୍ୱବିଦ୍ୟାଳୟ ପ୍ରବେଶ ପଥ ସହିତ ମୁଖ୍ୟ ଫାଟକ ନିର୍ମାଣ ଓ କ୍ୟାମ୍ପସରେ ସାପ ଉପଦ୍ରବରୁ ରକ୍ଷା ପାଇଁ ସଫେଇ କାର୍ଯ୍ୟକୁ ଅଗ୍ରାଧିକାର ଦିଆଯାଉ। ଦାବି ପୂରଣ ଦିଗରେ ଅସହଯୋଗ କଲେ ଆଗମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଛାତ୍ର ନେତାମାନେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଶୋକ ମଲ୍ଲିକ, ସ୍ବରୂପ ମଲ୍ଲିକ, ସମୀର ମଲ୍ଲିକ, ପ୍ରକାଶ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe