ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲା : ଡିଏନ୍ଏ ପରୀକ୍ଷା ପାଇଁ ଆଜି କୋର୍ଟଙ୍କ ଅନୁମତି ଲୋଡ଼ିବ ପୁଲିସ

Advertisment

ଆଇଓସିଏଲ୍ ବିଶେଷଜ୍ଞ ଟିମର ଛାନଭିନ୍‌, ଶ୍ରୀବାସ୍ତବଙ୍କ ବୟାନ ସବୁଠୁ ଗୁରୁତ୍ବପୂର୍ଣ୍ଣ

ଆଇଓସିଏଲ୍ ବିଶେଷଜ୍ଞ ଟିମର ଛାନଭିନ୍‌, ଶ୍ରୀବାସ୍ତବଙ୍କ ବୟାନ ସବୁଠୁ ଗୁରୁତ୍ବପୂର୍ଣ୍ଣ

ପେଟ୍ରୋଲ୍‌ ପମ୍ପରେ ଭୟଙ୍କର ବିସ୍ଫୋରଣ : ଥରିଲା ରାଜଧାନୀ

ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣ ମାମଲାରେ ସଂଗୃହୀତ ଦେହାବଶେଷଗୁଡ଼ିକୁ ମନୁଷ୍ୟ ଶରୀରର କେଉଁ ଅଂଶ, ତାହାକୁ ଚିହ୍ନଟ କରାଯାଇଛି। ସେଥିରୁ କିଛି ନମୁନା ଡିଏନ୍ଏ ପରୀକ୍ଷା ପାଇଁ ପଠାଯିବ। ଘଟଣାସ୍ଥଳରେ ଥିବା ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ାଙ୍କର ପତ୍ତା ମିଳୁ ନ ଥିବା ବେଳେ ଡିଏନଏ ପରୀକ୍ଷା କରାଇବ ପୁଲିସ। ଏଥିଲାଗି ଆଜି କୋର୍ଟଙ୍କୁ ଅନୁମତି ଲୋଡ଼ିବେ ମାମଲାର ତଦନ୍ତକାରୀ ଅଧିକାରୀ। ଅନୁମତି ମିଳିବା ପରେ ଏ ନେଇ ରାଜ୍ୟ ଫୋରେନସିକ୍ ଲାବରେଟୋରିକୁ ଚିଠି ଲେଖାଯିବ। ସେଠାରୁ ତାରିଖ ଧାର୍ଯ୍ୟ ହେବା ପରେ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ ଖବର ଦିଆଯିବ ବୋଲି ଜଣାପଡ଼ିଛି। ପରିବାରଲୋକ ପହଞ୍ଚିବା ପରେ ସଂଗୃହୀତ ନମୁନା ସହ ପରିବାର ଲୋକଙ୍କଠାରୁ ସଂଗ୍ରହ ନମୁନାର ମେଳ କରାଯିବ।

publive-image

ସେହିପରି ଆଇଓସିଏଲ୍ ମୁଖ୍ୟାଳୟରୁ ଆସିଥିବା ୪ଜଣିଆ ବିଶେଷଜ୍ଞ ଦଳ ଦ୍ବିତୀୟ ଦିନ ପାଇଁ ପେଟ୍ରୋଲ ପମ୍ପରେ ଛାନଭିନ୍ କରିଛନ୍ତି। ବିସ୍ଫୋରଣସ୍ଥଳ ବୁଲିବା ସହ ନିଆଁ ଲାଗିବାର କାରଣ ଖୋଜିବାକୁ ଚେଷ୍ଟା କରିଛନ୍ତି। ତଦନ୍ତକାରୀ ଟିମ୍ ସହ ମଧ୍ୟ ଆଲୋଚନା କରିଛନ୍ତି। ବିସ୍ଫୋରଣରେ ଆହତ ହୋଇ ଏସସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଭରଦ୍ବାଜ ଶ୍ରୀବାସ୍ତବଙ୍କ ବୟାନ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ପୁଲିସ କହିଛି। ଯେହେତୁ ଶ୍ରୀବାସ୍ତବ ଘଟଣାସ୍ଥଳରେ ଥିଲେ, କେମିତି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା, ସେ ହିଁ ପୂରା ଘଟଣା ସମ୍ପର୍କରେ କହିପାରିବେ ବୋଲି ପୁଲିସ ଆଶା ବାନ୍ଧିଛି। କେବଳ ପୁଲିସ ନୁହେଁ ପେଟ୍ରୋଲିୟମ୍ ଏକ୍ସପ୍ଲୋସିଭ୍ ସେଫ୍ଟି ଅର୍ଗାନାଇଜେସନ(ପେସୋ) ପାଇଁ ମଧ୍ୟ ଏହି ବୟାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ ଏଭଳି ଘଟଣା ପ୍ରଥମଥର ପାଇଁ ଘଟିଥିବା ବେଳେ, କେମିତି ଘଟିଲା ତାହାର ରହସ୍ୟ ମଧ୍ୟ ଉନ୍ମୋଚନ ହୋଇପାରିବ। ଗତକାଲି ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ସିଲ୍ ପ୍ରକ୍ରିୟା ଆଜି ଶେଷ ହୋଇଛି। ପେଟ୍ରୋଲ ପମ୍ପ ଚାରି ପାଖକୁ ସିଲ୍ କରାଯାଇଛି। ସୂଚନାଯୋଗ୍ୟ, ଗତ ୭ ତାରିଖରେ ପେଟ୍ରୋଲ ପମ୍ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ ଏବେ ସୁଦ୍ଧା ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe