ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା : ସୀମାଞ୍ଚଳ ଭାଲ୍‌ଭ ଖୋଲିଲା ପରେ ହୋଇଥିଲା ବିସ୍ଫୋରଣ

Advertisment
ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ମାସେ : ଏବେ ବି ରହସ୍ୟରେ, ସରୁନି ତଦନ୍ତ

ଭୁବନେଶ୍ୱର : ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ତିନି ଦିନ ପରେ ମାସେ ବିତିଯିବ। କିନ୍ତୁ ବିସ୍ଫୋରଣ କେମିତି ହେଲା, ତାହା ଏଯାଏଁ ପର୍ଦାଫାସ୍ ହୋଇପାରି ନାହିଁ। ତେବେ ସିସିଟିଭି ଯାଞ୍ଚ ବେଳେ ପୁଲିସ୍‌ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ସାଇଟ୍ ଇଞ୍ଜିନିୟର ସୀମାଞ୍ଚଳ ପରିଡ଼ା ଟାଙ୍କିର ଭାଲ୍ଭ ଖୋଲିବା ସମୟରେ ଏହି ବିସ୍ଫୋରଣ ହୋଇଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡ଼ିଛି। କିନ୍ତୁ କାହିଁକି ହେଲା, ତାହା ଏବେ ବି ଅସ୍ପଷ୍ଟ। ଖୁବ୍‌ଶୀଘ୍ର ଏହି ଘଟଣା ଉପରୁ ପରଦା ଉଠିବ ବୋଲି କୁହାଯାଉଛି।

publive-image

ବିସ୍ଫୋରଣରେ ଖଣ୍ଡ ଖଣ୍ଡ ହୋଇଯାଇଥିବା ଟାଙ୍କିର ଲୁହାଖଣ୍ଡକୁ ଅଧିକ ପରୀକ୍ଷା ଲାଗି ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ ଟେକ୍ନୋଲୋଜି(ଆଇଏମ୍ଏମଟି)କୁ ପଠାଯାଇଛି। ଏହି ଟାଙ୍କିରେ କେଉଁ ସାମଗ୍ରୀ ବ୍ୟବହାର କରାଯାଇଥିଲା, ଏହାର ମୋଟେଇ କେତେ, ଏ ସବୁ ଜାଣିବା ଲାଗି ଆଏମ୍ଏମଟିକୁ ପଠାଯାଇଥିବା ପେସୋର ଜଣେ ଅଧିକାରୀ କହିଛନ୍ତି। ଅପରପକ୍ଷେ କେମିତି ବିସ୍ଫୋରଣ ଘଟିଲା, ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା ଇଞ୍ଜିନିୟର ଭରଦ୍ବାଜ ଶ୍ରୀବାସ୍ତବଙ୍କୁ ପଚରାଉଚରା କରିବ ପେସୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe