ଆସନ୍ତା ଶିକ୍ଷାବର୍ଷରୁ ଆଉ ୨ ବିଭାଗରେ ପିଜି, ନନ୍‌-କ୍ଲିନିକାଲ ବିଷୟଗୁଡ଼ିକରେ ମଧ୍ୟ ପାଠ୍ୟକ୍ରମ ଆରମ୍ଭ ହେବ

Advertisment

ପିକୁରେ ନୂଆ ଅଲଟ୍ରାସାଉଣ୍ଡ ଓ ଡିଜିଟାଲ କ୍ଲାସ ରୁମରେ ପାଠପଢ଼ା ଆରମ୍ଭ

ପିକୁରେ ନୂଆ ଅଲଟ୍ରାସାଉଣ୍ଡ ଓ ଡିଜିଟାଲ କ୍ଲାସ ରୁମରେ ପାଠପଢ଼ା ଆରମ୍ଭ

ଆସନ୍ତା ଶିକ୍ଷାବର୍ଷରୁ ଆଉ ୨ ବିଭାଗରେ ପିଜି, ନନ୍‌-କ୍ଲିନିକାଲ ବିଷୟଗୁଡ଼ିକରେ ମଧ୍ୟ ପାଠ୍ୟକ୍ରମ ଆରମ୍ଭ ହେବ

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ପିଜିଆଇଏମଇଆର୍ ଏବଂ କ୍ୟାପିଟାଲ ହସ୍ପିଟାଲରେ ଦୁଇ ନୂତନ ବିଭାଗରେ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ପିଜିଆଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଚକ୍ଷୁ ଓ ଆନାସ୍ଥେସିଆ ବିଭାଗରେ ନୂତନ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବ। ଏନେଇ ନ୍ୟାସନାଲ ମେଡିକାଲ କମିସନ(ଏନଏମସି) କୁ ଚିଠି ଲେଖା ଯିବା ସହିତ ବିଭାଗଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ପିଜିଆଇ ନିର୍ଦ୍ଦେଶିକା ପ୍ରଫେସର୍ ନିବେଦିତା ପାଣି ସୂଚନା ଦେଇଛନ୍ତି। ଏହା ସହ କିଛି ନନ୍ କ୍ଲିନିକାଲ୍ ବିଭାଗରେ ମଧ୍ୟ ପିଜି ପାଠ୍ୟକ୍ରମ ଆରମ୍ଭ କରାଯିବାକୁ ଆଲୋଚନା ଚାଲିଥିବା ସୂଚନା ମିଳିଛି।

ଚଳିତ ବର୍ଷ ପ୍ରଥମ ବ୍ୟାଚରେ ୬ ବିଭାଗରେ ୨୪ଜଣ ପିଲା ପିଜି ପାଠ୍ୟକ୍ରମ ପାଇଁ ନାମ ଲେଖାଇଛନ୍ତି। ସର୍ଜରି, ମେଡ଼ିସିନ୍, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ, ଛାତିରୋଗ, ଅସ୍ଥିଶଲ୍ୟ ବିଭାଗ ଗୁଡ଼ିକରେ ପାଠ୍ୟକ୍ରମ ଚାଲିଛି। ପିଜି ପାଇଁ ସ୍ମାର୍ଟ କ୍ଲାସ ରୁମ୍ ଆରମ୍ଭ ହୋଇଛି। ଏହା ସହିତ ପିଜିଆଇ ପାଇଁ ହଷ୍ଟେଲ ସହ ନୂତନ କୋଠା ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ବିଭିନ୍ନ ବିଭାଗର ପିଜି ଛାତ୍ରଛାତ୍ରୀ ଓ ପ୍ରଫେସର୍ ମାନେ କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ ରୋଗ ଓ ଏହାର ନିରାକରଣ ତତ୍ ସହିତ ରୋଗଗୁଡ଼ିକର ଉତ୍ପତ୍ତି ଉପରେ ଗବେଷଣା କରିବା ପାଇଁ ଏଥିକାଲ କମିଟି ଗଠନ କରାଯାଇଛି। ଏଥିକାଲ କମିଟି ପ୍ରଥମ ବୈଠକରେ ପ୍ରାୟ ୬୦ରୁ ଅଧିକ ଗବେଷଣାତ୍ମକ ବିଷୟ ଉପରେ ପ୍ରସ୍ତାବ ଆସିଥିବା ଜଣାପଡ଼ିଛି। ଏହି ବିଷୟଗୁଡ଼ିକୁ କମିଟି ଦ୍ୱାରା ଯାଞ୍ଚ କରାଯାଇ ଅନୁମତି ପ୍ରଦାନ କରାଯିବ ନେଇ ସୂଚନା ମିଳିଛି। ଏହାସହ କ୍ୟାପିଟାଲ ହସ୍ପିଟାଲ ଶିଶୁ ରୋଗ ବିଭାଗରେ ଥିବା ପିକୁରେ ସ୍ବତନ୍ତ୍ର ଅଲଟ୍ରାସାଉଣ୍ଡର ସ୍ଥାପନ କରାଯାଇଛି। ଶିଶୁ ବିଭାଗରେ ଅର୍ଟରିଅଲ ବ୍ଲଡ ଗ୍ୟାସ ଅନାଲେସିସ ମେସିନ ଓ ଡେଫିବ୍ରିଲେସନ୍ ମେସିନ ସ୍ଥାପନ କରାଯାଇଛି।

ଜରୁରୀକାଳୀନ ବିଭାଗରେ ଡାକ୍ତର ବଢ଼ିଲେ
କ୍ୟାପିଟାଲ ହସ୍ପିଟାଲର ଜରୁରୀକାଳୀନ ବିଭାଗରେ ଡାକ୍ତର ନଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏହାକୁ ନେଇ ଜାଗ୍ରତ ହୋଇଛି ସ୍ବାସ୍ଥ୍ୟ ବିଭାଗ। ମାତ୍ର ୨ଜଣ ସ୍ଥାୟୀ ଡାକ୍ତରଙ୍କ ସହ ୮ ଜଣ ଡାକ୍ତରଙ୍କ ଦ୍ୱାରା ୩ ସିଫ୍ଟରେ ଚାଲିଥିବା ଜରୁରୀକାଳୀନ ବିଭାଗ ଚାଲିଥିଲା। ଏବେ ଆଉ ୧୭ ଜଣ ଯୋଗ ଦେଲା ପରେ ଡାକ୍ତର ସଂଖ୍ୟା ୨୫ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe