ଧଉଳି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଫଟୋଚିତ୍ର କର୍ମଶାଳା

Advertisment
ଧଉଳି ପ୍ରାକୃତିକ ସୌନ୍ଦର୍ଯ୍ୟକୁ ନେଇ ଫଟୋଚିତ୍ର କର୍ମଶାଳା

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟ ପକ୍ଷରୁ ୩ ଦିନିଆ ଫଟୋଗ୍ରାଫି କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ବିଶିଷ୍ଟ ଫଟୋଗ୍ରାଫର୍‌ ସୁମନ୍ତ ଲେଙ୍କା ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ପଞ୍ଚାନନ ସାମଲ, ଅଧ୍ୟାପିକା ସସ୍ମିତା କାମିଲା, ବିଶ୍ୱନାଥ ପଣ୍ଡା, ଦୀପକ ଦାସ ପ୍ରମୁଖ ଉଦ୍‌ଘାଟନ କରିଛନ୍ତି। ଏହି କର୍ମଶାଳାରେ ଫଟୋଗ୍ରାଫର୍‌ମାନେ ଧଉଳି ଚତୁଃପାର୍ଶ୍ୱର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପାଥେୟ କରି ନିଜ ସୃଜନଶୀଳ ଫଟୋଚିତ୍ର ପ୍ରସ୍ତୁତ କରିବେ। ଏଥିରେ ଚିନ୍ମୟୀ ରଥ, ସୁଦାମ ସାହୁ, ଧର୍ମପଦ ସାହୁ, ବରୁଣରାଜ କିସ୍କୁ, ତାପସ ରଞ୍ଜନ ମହାଲିକ, ସାରଥୀ ପଲାଇ, ଅଳକାନନ୍ଦ ଦାସ, ଅମ୍ବିକା ପଣ୍ଡା, ପ୍ରଭାସ ରଞ୍ଜନ ମହନ୍ତ, ଶୁଭସ୍ମିତା ଭାରତୀ ହୋତା, ବିରେନ୍‌ ରାଉଳ ଓ ଶାନ୍ତିଲତା ବେହେରା ଆଦି ୧୨ ଜଣ ଫଟୋଗ୍ରାଫର୍‌ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ୧୮ ତାରିଖ ଦିନ କର୍ମଶାଳାରେ ପ୍ରସ୍ତୁତ ଫଟୋଚିତ୍ରକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ସାମଲ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe