ଇକୋରା ପରିଚାଳିତ ଫୁଲଓ୍ଵାରୀ ଓ ଉଦୟ ବିଦ୍ୟାଳୟରେ ଜେଇ ଟୀକାକାରଣ

ଇକୋରା ପରିଚାଳିତ ଫୁଲଓ୍ଵାରୀ ଓ ଉଦୟ ବିଦ୍ୟାଳୟରେ ଜେଇ ଟୀକାକାରଣ

????????????????????????????????????

ଚନ୍ଦ୍ରଶେଖରପୁର: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ (ଜେଇ) ଭୂତାଣୁ ଜନିତ ରୋଗରୁ ଛୋଟ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ରେଳ ବିହାରଠାରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଗଂଠନ ପକ୍ଷରୁ ପରିଚାଳିତ ଫୁଲଓ୍ଵାରୀ ଏବଂ ଉଦୟ ସ୍କୁଲର ପ୍ରାୟ ୮୫ଜଣ ବିଦ୍ୟାର୍ଥୀଙ୍କୁ ଟୀକାକରଣ କରାଯାଇଥିଲା। ଏହି ଟୀକାକରଣ ଦ୍ୱାରା ପିଲାମାନଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ସହ ଭୂତାଣୁ ଜନିତ ସଂକ୍ରମିତ ହେଉଥିବା ରୋଗଠାରୁ ସେମାନଙ୍କୁ ଅନେକ ଦିନ ପର୍ଯ୍ୟନ୍ତ ଦୂରେଇ ରଖିହେବ। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ସଭାପତି ମଧୁଲିକା ସିଂହଙ୍କ ସହ ସଂଗଠନର ସମସ୍ତ ସଭ୍ୟା ଏବଂ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଓଡ଼ିଶା ଶାଖାର ଚିକିତ୍ସକ ଦଳ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe