ନିଷ୍ଠା ଓ ଏକାଗ୍ରତା ଆଗରେ ହାର୍‌ ମାନିଲା ଶାରୀରିକ ଅକ୍ଷମତା

ନିଷ୍ଠା, ଏକାଗ୍ରତା ଏବଂ ଦୃଢ଼ ମନୋବଳ ରଖି ଯେ କୌଣସି କାର୍ଯ୍ୟ କଲେ ସଫଳତା ମିଳିଥାଏ। ପିଲା ଦିନୁ ଶ୍ରବଣ ଶକ୍ତି ହରାଇ ଥିଲେ ବି ଅଧ୍ୟୟନକୁ ବ୍ରତ କରି ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଶିଶୁ ଅନନ୍ତ ମହାବିଦ୍ୟାଳୟ ରାଜନୀତି ବିଭାଗ ଅଧ୍ୟାପକ ଚାଣକ୍ୟ ଆର୍ଯ୍ୟଭଟ୍ଟ ରାଉତରାୟ।

fhsfhfsfhshfshf

ବାଲିପାଟଣା: ନିଷ୍ଠା, ଏକାଗ୍ରତା ଏବଂ ଦୃଢ଼ ମନୋବଳ ରଖି ଯେ କୌଣସି କାର୍ଯ୍ୟ କଲେ ସଫଳତା ମିଳିଥାଏ। ପିଲା ଦିନୁ ଶ୍ରବଣ ଶକ୍ତି ହରାଇ ଥିଲେ ବି ଅଧ୍ୟୟନକୁ ବ୍ରତ କରି ଓସିଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି ଶିଶୁ ଅନନ୍ତ ମହାବିଦ୍ୟାଳୟ ରାଜନୀତି ବିଭାଗ ଅଧ୍ୟାପକ ଚାଣକ୍ୟ ଆର୍ଯ୍ୟଭଟ୍ଟ ରାଉତରାୟ। ଏଥିସହ ଇଂରାଜୀ ବିଭାଗ ଅଧ୍ୟାପିକା ଅନନ୍ୟା ଶର୍ମା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  

ବାଲିପାଟଣା ବ୍ଲକ ଗାରେଡ଼ିପାଞ୍ଚଣ ପଞ୍ଚାୟତ କିଆଯୋଡ଼ି ଗ୍ରାମର ଅବସରପ୍ରାପ୍ତ ଶିକ୍ଷା ବିଭାଗ ଅଧିକାରୀ ଅବନୀ ଭୂଷଣ ରାଉତରାୟ ଏବଂ ସୁଧାଂଶୁବାଳା ରାଉତରାୟଙ୍କ ସାନ ପୁଅ ଚାଣକ୍ୟ ୮ ବର୍ଷ ବୟସରେ ଅସୁସ୍ଥ ହୋଇ ସମ୍ପୂର୍ଣ୍ଣ ଶ୍ରବଣ ଶକ୍ତି ହରାଇଥିଲେ। ହେଲେ ନିଜ ଅଧ୍ୟବସାୟ ବଳରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରି ହାସଲ କରି ଶିଶୁ ଅନନ୍ତ ମହାବିଦ୍ୟାଳୟରେ କିଛି ବର୍ଷ ହେଲା ରାଜନୀତି ବିଜ୍ଞାନ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି। ସେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ପାଇଁ ଦିନକୁ ୭ରୁ ୮ ଘଣ୍ଟା ପରିଶ୍ରମ କରୁଥିଲେ। ପ୍ରଥମ ପ୍ରୟାସରେ ଚାଣକ୍ୟ ଓସିଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି।

ସେହିପରି ଇଂରାଜୀ ଅଧ୍ୟାପିକା ଅନନ୍ୟା ଶର୍ମା ଚଳିତ ବର୍ଷ ମାର୍ଚ୍ଚ ମାସରେ ଶିଶୁ ଅନନ୍ତ କଲେଜ ଇଂରାଜୀ ବିଭାଗ ଅଧ୍ୟାପିକା ଭାବେ ନିଯୁକ୍ତି ପାଇଥିଲେ। ପୁରୁଣା ଭୁବନେଶ୍ୱର ବାସିନ୍ଦା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଅଶୋକ ଶର୍ମା ଓ ରୀତା ଶର୍ମାଙ୍କ ଝିଅ ଅନନ୍ୟା ପ୍ରଥମ ପ୍ରୟାସରେ ଓଏଏସ୍‌ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଗୁରୁଜନଙ୍କ ଦିଗଦର୍ଶନ ସଫଳତା ଆଣିଦେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe