କେଏମ୍‌ବିବିରେ ପଦାର୍ଥ ବିଜ୍ଞାନ ଆଲୋଚନାଚକ୍ର

Advertisment
କେଏମ୍‌ବିବିରେ ପଦାର୍ଥ ବିଜ୍ଞାନ ଆଲୋଚନାଚକ୍ର

ଭୁବନେଶ୍ୱର: ନରଣପୁର ନାରଙ୍ଗସ୍ଥିତ କେଏମ୍‌ବିବି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କ୍ୟାମ୍ପସ୍‌-୨ରେ ଏକ ପଦାର୍ଥ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ବାନାର୍ଜୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନରେ ଅନେକ ବାଧାବିଘ୍ନ ଥାଇ ମଧ୍ୟ ଯଦି ଐକାନ୍ତିକ ମନୋଭାବ ଓ ଦୃଢ଼ ଚେଷ୍ଟା ରହିବ, ତେବେ ଜଣେ ଭବିଷ୍ୟତରେ ଜଣେ ସୁଦକ୍ଷ ମଣିଷ ହୋଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ କହିଥିଲେ।

ମୁଖ୍ୟ ବକ୍ତା ତଥା ଆମେରିକାର ଜ୍ୟାକସନ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟର ପଦାର୍ଥ ବିଜ୍ଞାନ ପ୍ରଫେସର ନିହାର ପ୍ରଧାନ ମେଟାଲ୍‌ ଓ ନନ୍‌-ମେଟାଲ୍‌ ବିଷୟକୁ ଚିତ୍ର ଓ ଭିଡିଓ ମାଧ୍ୟମରେ ବୁଝାଇଥିଲେ। ସେ ନିଜ ଜୀବନ ଓ ଗବେଷଣାର ଅନୁଭୂତି ମଧ୍ୟ ବାଣ୍ଟିଥିଲେ। ଉଭିଦ ବିଜ୍ଞାନ ଅଧ୍ୟାପିକା ରୋମାଲି ସୋନମ ସମର୍ପିତା ଓ ପଦାର୍ଥ ବିଜ୍ଞାନ ଅଧ୍ୟାପକ ସନ୍ତୋଷ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଆଲୋଚନାଚକ୍ରରେ ବିଦ୍ୟାଳୟର ବିଦ୍ୟାଳୟର ଅଧ୍ୟକ୍ଷ ବିଜୁନି ଚରଣ ସୂତାର, ଡିନ୍‌ (ଆଡମିନିଷ୍ଟ୍ରେସନ) ମିନତିପ୍ରଭା ସାହୁଙ୍କ ସମେତ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ତଥା ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe