ପିପିଲି ଅଞ୍ଚଳରେ ହାତୀ ଆକ୍ରମଣ ପ୍ରସଙ୍ଗ : ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତକ୍ଷେପ, ଆହତଙ୍କ ଚିକିତ୍ସା ଖର୍ଚ ବହନ କରିବାକୁ ନିର୍ଦ୍ଦେଶ

ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ମହିଳା, ଦନ୍ତା ହାତୀ ଆକ୍ରମଣରେ ଜୀବନ ଗଲା

ଭୁବନେଶ୍ବର : ପିପିଲି ଅଞ୍ଚଳରେ ହାତୀ ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହେବା ଓ ୭ରୁ ଅଧିକ ବ୍ୟକ୍ତି ଆହତ ହେବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ରାଜ୍ୟ ମାନବାଧିକାର କମିସନ। ଗୁରୁତର ଆହତମାନଙ୍କୁ ୩୦ହଜାର ଟଙ୍କା ଓ ସାମାନ୍ୟ ଆହତ ବ୍ୟକ୍ତିଙ୍କୁ ୧୫ ହଜାର ଟଙ୍କାର ଚିକିତ୍ସା ଖର୍ଚ ପ୍ରଦାନ କରିବା ଲାଗି ରାଜ୍ୟ ସରକାରଙ୍କୁ ନି‌ର୍ଦ୍ଦେଶ ଦେଇଛନ୍ତି। ଏହାସହ ଏହି ଘଟଣାରେ ତଦନ୍ତ କରୁଥିବା ଜଙ୍ଗଲ ଓ ପରିବେଶ ବିଭାଗ ତାହାର ରିପୋର୍ଟ ଆସନ୍ତା ୩ ସପ୍ତାହ ଭିତରେ କମିସନଙ୍କ ନିକଟରେ ଦାଖଲ କରିବା ଲାଗି କମିସନ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଥିବା କାର୍ଯ୍ୟାଳୟରୁ ଜଣାପଡ଼ିଛି।

ଦୁଇଦିନ ତଳେ ଏକ ‌ହାତୀ ପିପିଲି ଅଞ୍ଚଳରେ ହାତୀ ଆତଙ୍କ ଖେଳାଇଥିଲା। ଏଥିରେ ଅନେକ ଆହତ ମଧ୍ୟ ହୋଇଥିଲେ। ତେବେ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ ଏକ ପିଟିସନ୍ ଦାଖଲ କରିଥିଲେ। ଶ୍ରୀ ନାୟକ କହିଛନ୍ତି ଯେ କମିସନ୍‌ ତାଙ୍କ ପିଟିସନ୍‌କୁ ଗୁରୁତ୍ବର ସହ ଗ୍ରହଣ କରିବା ପରେ ଆଜି ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିଛନ୍ତି। ହାତୀ ଆକ୍ରମଣର ଶିକାର ହୋଇଥିବା ସମସ୍ତ ବ୍ୟକ୍ତି ସଂପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ଖର୍ଚ ସରକାର ବହନ କରିବା ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଥିବା ସେ ଦାବି କରିଛନ୍ତି। ପୂର୍ବରୁ ଏହି ଘଟଣାରେ ଆହତମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe