ସଂଭାବନା ପକ୍ଷରୁ ପୋ‌ଡ଼ ପିଠା ଓ ପାନ ପ୍ରଦର୍ଶନ

Advertisment

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ

ସଂଭାବନା ପକ୍ଷରୁ ପୋ‌ଡ଼ ପିଠା ଓ ପାନ ପ୍ରଦର୍ଶନ

ଭୁବନେଶ୍ୱର : ଓଡ଼ିଶାର ପ୍ରମୁଖ ଓ ଗଣପର୍ବ ରଜ ଉପଲକ୍ଷେ ‘ସଂଭାବନା ଓଡ଼ିଆଣୀ ସମିତି’ ପକ୍ଷରୁ ‘ରଜ ମଉଜ’ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ଭବନଠାରେ ଓଡ଼ିଆଣୀମାନଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଆଣୀମାନେ ସ୍ୱରଚିତ କବିତା ପାଠ କରିଥିଲେ। ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ପରିଚାଳନାରେ ପୋଡ଼ପିଠା ଓ ରଜ ପାନର ପ୍ରଦର୍ଶନ କରାଯାଇଥିଲା। କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ବିଶିଷ୍ଟ ସଂଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର, ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ମୀନା ପାଣିଗ୍ରାହୀ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା, ଓଡ଼ିଆଣୀ ସମିତିର ସଂଯୋଜିକା ସୌଦାମିନୀ ସାମଲ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଉତ୍ସବର ବିଶେଷ ଆକର୍ଷଣ ଥିଲା ରଜ ସମୟରେ ପ୍ରତିଟି ଗାଁରେ ହେଉଥିବା ଗୀତିନାଟ୍ୟ ପରମ୍ପରାକୁ ମନେ ପକାଇ ସଙ୍ଗୀତ ପରିବେଷଣ। କଣ୍ଠଶିଳ୍ପୀ ସିଦ୍ଧାନ୍ତ ଶତପଥୀ, ଇପ୍ସିତା ମହାନ୍ତି ଓ ୠତିକା ରିମ୍‌ଝିମ ପ୍ରମୁଖ ଗୀତିନାଟ୍ୟ ମହିଷାମର୍ଦ୍ଦିନୀ... ଓ ନ ପାହୁ ରାତି ନ ମରୁ ପତି... ଆଦି ସଂଗୀତ ପରିବେଷଣ କରିଥିଲେ। ପାର୍ବତୀ ମହାନ୍ତି ଓ ଦୀପିକା ରାଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସଭ୍ୟ ଗୁରୁ ପ୍ରସାଦ ଦାସ ଓ ଅଭିରାମ ସାହୁ।

publive-image

ଅରୁନ୍ଧତୀ ଜୁଏଲର୍ସର ରଜ ପରୀ

ଭୁବନେଶ୍ବର : ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ରଜ ପରୀ ସିଜନ୍-୨ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁରର ନିତ୍ୟାଶା ବନ୍ଦନା ପଟ୍ଟନାୟକ ବିଜୟିନୀ ହୋଇଥିବା ବେଳେ ଖୋର୍ଦ୍ଧାର ଦିବ୍ୟାଭାରତୀ ବଳବନ୍ତରାୟ ଓ କଟକର ବର୍ଷା ବୈଶାଳୀ ବିଷ୍ଣୁଦର୍ଶନୀ ଉପବିଜୟିନୀ ହୋଇଛନ୍ତି। ବିଜୟିନୀମାନଙ୍କୁ ଅରୁନ୍ଧତୀ ଜୁଏଲର୍ସର ଏମଡି ବ୍ରହ୍ମାନନ୍ଦ ମେହେର ଟ୍ରଫି ଓ ଚେକ୍ ପ୍ରଦାନ କରିଛନ୍ତି। ଏହି ପ୍ରତିଯୋଗିତା ପାଇଁ ଯାଜପୁର ରୋଡ୍‌, ଖୋର୍ଦ୍ଧା, କଟକ ଓ ଭୁବନେଶ୍ବରରେ ଅଡିସନ୍ ଅନୁଷ୍ଠିତ ହୋଇଥିଲା। ମୋଟ ୨୦ଜଣ ଯୁବତୀ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଥିଲେ। ସେମାନଙ୍କୁ ନେଇ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଫାଇନାଲ ଅନୁଷ୍ଠିତ ହୋଇଥିଲା। ବିଚାରପତି ଭାବେ ଓଲିଉଡ୍ ଅଭିନେତ୍ରୀ ଅନିଷା ଶର୍ମା ଓ ଗୀତିକାର ଅରୁଣ ମନ୍ତ୍ରୀ ଯୋଗ ଦେଇଥିଲେ। ପ୍ରତିଯୋଗୀମାନଙ୍କୁ ନେଇ ନୃତ୍ୟ, ଗୀତ, ଅଭିନୟ , ଝୋଟି ଚିତା ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe