ଆରମ୍ଭ ହେଲା ପିତୃପକ୍ଷ, ଶ୍ରାଦ୍ଧ ପାଇଁ ବିନ୍ଦୁସାଗରରେ ଭିଡ଼

Advertisment
ଆରମ୍ଭ ହେଲା ପିତୃପକ୍ଷ, ଶ୍ରାଦ୍ଧ ପାଇଁ ବିନ୍ଦୁସାଗରରେ ଭିଡ଼

ପୁରୁଣା ଭୁବନେଶ୍ୱର: ଆରମ୍ଭ ହୋଇଛି ଆଶ୍ୱିନ ମାସର କୃଷ୍ଣ ପକ୍ଷ। ଏହି ପକ୍ଷକୁ ଅପରପକ୍ଷ ତଥା ପିତୃ ପକ୍ଷ କୁହାଯାଏ। ଏହି ୧୫ଦିନରେ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଏ। ଏଥିପାଇଁ ବିନ୍ଦୁସାଗର କୂଳରେ ଶ୍ରଦ୍ଧାଳୁଙ୍କ ତର୍ପଣ ଆରମ୍ଭ ହୋଇଛି। ଆଜି ବିନ୍ଦୁସାଗର କୂଳରେ ଶ୍ରଦ୍ଧାଳୁମାନେ ପିତୃ ପୁରୁଷଙ୍କୁ ପିଣ୍ଡଦାନ ଦେଇଛନ୍ତି। ବିନ୍ଦୁସାଗର କୂଳ ବ୍ୟତୀତ ସାମନ୍ତରାପୁର ସୂକ୍ଷ୍ମେଶ୍ୱର ମନ୍ଦିର ନିକଟ ଗୟା କୁଣ୍ଡ ନିକଟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବା ଦେଖାଯାଇଛି।

ଆଶ୍ୱିନ ମାସ ପ୍ରଥମ ଦିନରୁ ଅମାବାସ୍ୟା ତିଥି ପର୍ଯ୍ୟନ୍ତ ପତୃ ପୁରଷଙ୍କୁ ପିଣ୍ଡଦାନ ତଥା ମହାଳୟା ଶ୍ରାଦ୍ଧ ପାଇଁ ଏକାମ୍ର କ୍ଷେତ୍ରରେ ବିନ୍ଦୁସାଗର କୂଳ ଓ ସୂକ୍ଷ୍ମେଶ୍ୱର ମନ୍ଦିର ନିକଟରେ ଶ୍ରାଦ୍ଧ ପାଇଁ ଭକ୍ତମାନେ ଆସୁଛନ୍ତି। ପୂଜକ ଗୋପୀନାଥ କରଙ୍କ ଅନୁଯାୟୀ ବର୍ତମାନ ସମୟରେ ମହାପ୍ରଭୁ ଶୟନ କାଳରେ ଥା’ନ୍ତି। ଏହି ଚାରି ମାସରେ ବିବାହ, ବ୍ରତ, ଗୃହ ପବେଶ ଆଦି ଶୁଭ କାର୍ଯ୍ୟ ହୁଏ ନାହିଁ। ଏହି ସମୟରେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ହୋଇଥାଏ। ସୂର୍ଯ୍ୟଙ୍କ ଦକ୍ଷିଣାୟନ ଗତି ଓ ଦେବଦେବୀଙ୍କ ଶୟନ କାଳରେ ପିତୃକାର୍ଯ୍ୟ କରିବା କର୍ମକାଣ୍ଡରେ ବ୍ୟବସ୍ଥା ରହିଛି। ତେଣୁ ଆଶ୍ୱିନ ମାସ କୃଷ୍ଣପକ୍ଷ ପିତୃପକ୍ଷ ଭାବେ ପ୍ରସିଦ୍ଧ। ଏହି ପକ୍ଷରେ ତିନି ପୁରୁଷଙ୍କୁ ତର୍ପଣ କରାଯାଏ। ଯେଉଁମାନେ ତିଥି ଅନୁସାରେ ପିଣ୍ଡଦାନ କରି ନପାରନ୍ତି ସେମାନେ ମହାଳୟାରେ ପିଣ୍ଡଦାନ କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe