ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ, ୭ଏକରରୁ ଏକରେ ଜମିରୁ ହଟିଲା ଜବରଦଖଲ

Advertisment

ଉଦୟଗିରି ପାହାଡ଼ ତଳକୁ ସ୍ଥାନାନ୍ତର ହେବ

ଉଦୟଗିରି ପାହାଡ଼ ତଳକୁ ସ୍ଥାନାନ୍ତର ହେବ

ବରମୁଣ୍ଡା ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ପ୍ରକ୍ରିୟା ଆରମ୍ଭ, ୭ଏକରରୁ ଏକରେ ଜମିରୁ ହଟିଲା ଜବରଦଖଲ

ଭୁବନେଶ୍ବର: ବରମୁଣ୍ଡାରେ ଅନ୍ତଃରାଜ୍ୟ ବସ୍‌ ଟର୍ମିନାଲ ନିର୍ମାଣ କରିବା ପାଇଁ ଟେଣ୍ଡର୍‌ ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର ଟେଣ୍ଡର୍‌ ପ୍ରକ୍ରିୟା ‌େଶଷ କରି ନିର୍ମାଣ କାମ ଆରମ୍ଭ ହେବ। ଏଥିପାଇଁ ବସ୍‌ଷ୍ଟାଣ୍ଡକୁ ଉଦୟଗିରି ପାହାଡ଼ ତଳକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯିବ। ଏଠାରେ ନାଇଟ୍ କୋଚ୍‌ ବସ୍‌ଗୁଡ଼ିକ ପାର୍କିଂ କରିବ। ତେଣୁ ଆଜିଠାରୁ ଉଦୟଗିରି ପାହାଡ଼ ତଳୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି।

ଆଜି ବିଡିଏ, ବିଏମ୍‌ସି, ସାଧାରଣ ପ୍ରଶାସନ ବିଭାଗ ଏବଂ କମିସନରେଟ୍ ପୁଲିସର ମିଳିତ ଟିମ୍ ଜାଗମରା ମୌଜାର ଉଦୟଗିରି ପାହାଡ଼ ତଳୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଓଏସ୍‌ଆରଟିସିର ମହାପ୍ରବନ୍ଧକ ଏହି ‌ଉଚ୍ଛେଦ କରିବାକୁ ମିଳିତ ଉଚ୍ଛେଦକାରୀ ଟିମ୍‌କୁ ଚିଠି ଲେଖିବା ପରେ ଆଜିଠାରୁ ଉଚ୍ଛେଦ ଆରମ୍ଭ ହୋଇଛି। ଏଥିରେ ୨୪ଟି ଟିଣ ଘର ଭଙ୍ଗା ଯାଇଥିବାବେଳେ ୪୭୩୦୭ବର୍ଗଫୁଟ ଜମି ଜବରଦଖଲମୁକ୍ତ ‌େହାଇଛି। ଅପରପକ୍ଷେ ଏଠାରେ ୭ଏକର ଜମି ଥିବା ବେଳେ ଆଜି ମାତ୍ର ଏକ ଏକର ଜମିକୁ ଜବରଦଖଲମୁକ୍ତ କରାଯାଇଛି। ଏହବାଦ୍ ଏଠାରେ ଆଉ ୪ଟି ମଠ ଥିବା ବେଳେ ଏହାକୁ ଉଚ୍ଛେଦ କରିବାକୁ ବି ଯୋଜନା ଅଛି। କିନ୍ତୁ ଏହି ମଠଗୁଡ଼ିକ କୋର୍ଟରୁ ସ୍ଥଗିତାଦେଶ ଆଣିଥିବାରୁ ଏହା ନଉଠିବା ପର୍ଯ୍ୟନ୍ତ ମଠଗୁଡ଼ିକୁ ଉଚ୍ଛେଦ କରାଯାଇପାରିବନି। ମଠ ଉଚ୍ଛେଦ ନହେଲେ ମାତ୍ର ୩ଏକର ଜମିରେ ଅସ୍ଥାୟୀ ବସଷ୍ଟାଣ୍ଡ କରିବା ବି ସମ୍ଭବ ନୁହେଁ। ତେଣୁ ବିଡିଏ କେବେ ଏହି ୭ଏକର ଜମିକୁ ଜବରଦଖଲମୁକ୍ତ କରୁଛି ଏବଂ ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ପାଇଁ ସବୁଜ ସଂକେତ ଦେଉଛି, ତାହାକୁ ଅପେକ୍ଷା। ବିଡିଏର ଲିଆସନ୍ ଅଫିସର ଶୁଭ୍ରାଶୁଂ ଶେଖର ମହାନ୍ତି କହିଛନ୍ତି ଯେ ନାଇଟ୍‌ କୋଚ୍‌ ବସ୍‌ ରହିବା ପାଇଁ ଅସ୍ଥାୟୀ ବସ୍‌ଷ୍ଟାଣ୍ଡ ନିର୍ମାଣ ହେବ। ଏଥିପାଇଁ ସମସ୍ତ ଜମିକୁ ଜବରଦଖଲମୁକ୍ତ କରି ପାଚେରି ବୁଲାଇବାକୁ କୁହାଯାଇଛି। ଯେତିକି ଜମି ଜବରଦଖଲମୁକ୍ତ ହେବ, ସେତିକି ଜମିରେ ପାଚେରି ବୁଲାଯିବ। ଯେଉଁ ଅଞ୍ଚଳରେ କୋର୍ଟର ସ୍ଥଗିତାଦେଶ ଅଛି, ସେଠାରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe