ଜଟଣୀରେ ଯୋଜନାବଦ୍ଧ ହତ୍ୟାକାଣ୍ଡ: ଘରୁ ଡାକିନେଇ ହାଣିଦେଲେ, ୨ସନ୍ଦିଗ୍ଧ ଅଟକ

Advertisment

ଗତକାଲି ବିଳମ୍ବିତ ରାତିରେ ଜଟଣୀରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ବିକାଶନଗରର ରାକେଶ ଦଳେଇ ଓରଫ ମାନସଙ୍କୁ ଘରୁ ଡାକି ନେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଜଟଣୀ ଥାନା ପୁଲିସ ଘଟଣାସ୍ଥଳରୁ ଏକ କାର୍‌ ଓ ସ୍କୁଟି ଜବତ କରିଛି।

ଗତକାଲି ବିଳମ୍ବିତ ରାତିରେ ଜଟଣୀରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ବିକାଶନଗରର ରାକେଶ ଦଳେଇ ଓରଫ ମାନସଙ୍କୁ ଘରୁ ଡାକି ନେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଜଟଣୀ ଥାନା ପୁଲିସ ଘଟଣାସ୍ଥଳରୁ ଏକ କାର୍‌ ଓ ସ୍କୁଟି ଜବତ କରିଛି।

sscsc

ଜଟଣୀ: ଗତକାଲି ବିଳମ୍ବିତ ରାତିରେ ଜଟଣୀରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ। ବିକାଶନଗରର ରାକେଶ ଦଳେଇ ଓରଫ ମାନସଙ୍କୁ ଘରୁ ଡାକି ନେଇ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ଜଟଣୀ ଥାନା ପୁଲିସ ଘଟଣାସ୍ଥଳରୁ ଏକ କାର୍‌ ଓ ସ୍କୁଟି ଜବତ କରିଛି। ଏହି ଘଟଣାରେ ପୁଲିସ ଦୁଇ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚରା କରୁଛି। ମାନସ ଜଟଣୀ ଅଞ୍ଚଳର ଜଣେ ଜଣାଶୁଣା ବ୍ୟକ୍ତି ଭାବେ ପରିଚିତ। ସେ ବିଭିନ୍ନ ପ୍ରକଳ୍ପକୁ ମୋରମ୍, ପଥର, ବାଲି, ଇଟା ଆଦି ଯୋଗାଇ ଥାଆନ୍ତି। ଏହି କାମକୁ ନେଇ ପ୍ରତିଦ୍ବନ୍ଦ୍ବୀମାନଙ୍କ ସହ ତାଙ୍କର ବିବାଦ ଲାଗି ରହିଥିଲା। ନିକଟରେ ପଦନପୁରଠାରେ ନିର୍ମାଣ ହେଉଥିବା କ୍ୟାନ୍‌ସର ହସ୍ପିଟାଲ୍ ପ୍ରକଳ୍ପ କାମକୁ ନେଇ ମଧ୍ୟ ବିବାଦ ଉପୁଜିଥିଲା। ମାନସ ଜଣେ ରାଜନେତାଙ୍କ ନିକଟ ଲୋକ ହୋଇଥିବାରୁ ଏହି କାମ ହାତେଇଥିଲେ। 

ଏଥିପାଇଁ ପ୍ରତିଦ୍ବନ୍ଦ୍ବୀମାନେ ନିରବ ରହିଥିଲେ। କିନ୍ତୁ ସେମାନଙ୍କ ଭିତରେ ରାଗ କୁହୁଳିବାରେ ଲାଗିଥିଲା। ସେମାନେ ମାନସଙ୍କୁ ରାସ୍ତାରୁ ହଟାଇ ଦେବାକୁ ନକ୍ସା ପ୍ରସ୍ତୁତ କରିଥିଲେ। ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଦୁର୍ବୃତ୍ତମାନେ ମାନସଙ୍କ ଘରେ ପହଞ୍ଚିଥିଲେ। କୌଣସି ଏକ କାମ ବାବଦରେ ଆଲୋଚନା କରିବା ପାଇଁ ସାଙ୍ଗରେ ଯିବାକୁ କହିଥିଲେ। ମାନସ ନିଜ କାର୍‌ ନେଇ ବାହାରିଥିଲେ। ହତ୍ୟାକାରୀଙ୍କ ମଧ୍ୟରୁ ଦୁଇ ଜଣ କାର୍‌ରେ ବସିଥିଲେ ଏବଂ ଅନ୍ୟମାନେ ବାଇକ୍ ନେଇ ପଛରେ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ମାନସଙ୍କ ଘର ନିକଟରେ ନିଜ ବାଇକ୍‌ ରଖି ଯାଇଥିଲେ। ଷଣ୍ଢପୁରସ୍ଥିତ ଜଟଣୀ ଆଦର୍ଶ ବିଦ୍ୟାଳୟ ସାମ୍ନାରେ ସେମାନଙ୍କ ମଧ୍ୟରେ ଆଲୋଚନା ଚାଲିଥିଲା। ପରେ ରାତି ପ୍ରାୟ ୧.୩୦ ସମୟରେ ମାନସଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭୁବନେଶ୍ୱର ଏମ୍‌ସ ହସ୍ପିଟାଲ୍‌କୁ ପଠାଇଥିଲା। ପୁଲିସ ଘଟଣାସ୍ଥଳରୁ ମାନସଙ୍କ କାର୍‌ ଓ ଏକ ସ୍କୁଟିକୁ ଜବତ କରିଥିଲା। ଡିସିପି ଜଗମୋହନ ମିନା କହିଛନ୍ତି ଯେ କିଛି ଅଭିଯୁକ୍ତଙ୍କ ପରିଚୟ ମିଳିଛି।  ଘଟଣାରେ ପୁଲିସର ୩ଟି ଟିମ୍ ତଦନ୍ତ କରୁଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe