ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

Advertisment
ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷରୋପଣ

ଭୁବନେଶ୍ବର: ଉତ୍କଳ ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର ପରିସରରେ ଆଜି ‘ସମ୍ବାଦ ସାହିତ୍ୟ ଘର’ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗନ୍ନାଥ ମନ୍ଦିର କମିଟି ସଦସ୍ୟ, ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ପଥରବନ୍ଧ ବସ୍ତି ବ‌ାସିନ୍ଦା ସାମିଲ ହୋଇ ବିଭିନ୍ନ ପ୍ରଜାତିର ଫୁଲ, ଫଳ, ଔଷଧୀୟ ଚାରା ରୋପଣ କରିଥିଲେ। ୧୭ନମ୍ବର ୱାର୍ଡର କର୍ପୋରେଟର ପୂଜା ମହାରଣା ଯୋଗଦେଇ ସମ୍ବାଦର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ବ୍ୟାପକ ବୃକ୍ଷରୋପଣ କରି ସହରର ସବୁଜିମା ବୃଦ୍ଧି କରିବାକୁ ପଡ଼ିବ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଭୋଳାନାଥ ମହାରଣା, ତନ୍ମୟ ସ୍ବାଇଁ, ମନ୍ଦିର କମିଟି ସଭାପତି ପ୍ରବୋଧ କୁମାର ହୋତା, ସମ୍ପାଦକ ମନୋଜ କୁମାର ସାଢୁଆଳ, ବିଶ୍ୱବିଦ୍ୟାଳୟ କର୍ମଚାରୀ ସଂଘର ସମ୍ପାଦକ ପ୍ରକାଶ କୁମାର ବିଶ୍ବାଳ, କୁଞ୍ଜ ବିହାରୀ ସାମଲ, ଉଦୟ ପଣ୍ଡା, ପ୍ରଦୀପ ସ୍ବାଇଁ, ଆର୍ ନିଲମ ପୂଜାଶ୍ରୀ, ଲିପ୍ସା ରାଉତ, ସୁଜାତା ନାୟକ, ଆଶ୍ୱସନା ମଲ୍ଲ, ଶିବା ରେଡ୍ଡୀ, ନିଲୁ ବେହେରା, ବ୍ରଜ ପାଇକରାୟ, ମୋନାଲିସା ମହାନ୍ତି, ଶିବାନୀ ସାହୁ ପ୍ରମୁଖ ସାମିଲ ହୋଇଥିଲେ। ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ‘ସମ୍ବାଦ’ ର ସାମ୍ବାଦିକ ଦେବବ୍ରତ ଷେଣ୍ଢ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe