ବନ୍ଧୁତ୍ବ ଦିବସରେ ଗଙ୍ଗୁଆ ବନ୍ଧରେ ଲାଗିଲା ଚାରା

‘ସମ୍ବାଦ ସାହିତ୍ୟଘର’ ଓ ଆଞ୍ଚଳିକ ବିକାଶ ପରିଷଦର ନିଆରା ପ୍ରୟାସ

ବନ୍ଧୁତ୍ବ ଦିବସରେ ଗଙ୍ଗୁଆ ବନ୍ଧରେ ଲାଗିଲା ଚାରା

ଭୁବନେଶ୍ୱର: ବନ୍ଧୁତା ଦିବସ ଅବସରରେ ଆଜି ‘ସମ୍ବାଦ ସାହିତ୍ୟଘର’ ଓ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ପଳାଶପୁର ନିକଟ ଗଙ୍ଗୁଆ ବନ୍ଧରେ ୩ଶହ ଚାରା ଲଗାଯାଇଛି। ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଯୁବକ ସାମିଲ ହୋଇ ଚାରାରୋପଣ କରିବା ସହ ବଡ଼ ହେବା ପର୍ଯ୍ୟନ୍ତ ତା’ର ସୁରକ୍ଷା ପାଇଁ ଶପଥ ନେଇଥିଲେ। ସାମ୍ବାଦିକ ଲିଙ୍ଗରାଜ ସାହୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆଞ୍ଚଳିକ ବିକାଶ ପରିଷଦର ସଭାପତି ବୃନ୍ଦାବନ ସାହୁ, ଉପସଭାପତି ତଥା ସାହିତ୍ୟକ ଅକ୍ଷୟ ସ୍ୱାଇଁ, ସମ୍ପାଦକ ଅରୁଣ କୁମାର ପୁରୋହିତ, ବରିଷ୍ଠ ସଭ୍ୟ ଜ୍ଞାନରଞ୍ଜନ ଦାଶ, ପ୍ରଶାନ୍ତ ମିଶ୍ର, ଜିତେନ୍ଦ୍ର ଜେନା, ବୈଶାଳିନୀ ପଟ୍ଟନାୟକ, ଭୁବନାନନ୍ଦ ବେହେରା, ସୁମନ୍ତ ସୁବୁଦ୍ଧି, ଲକ୍ଷ୍ମୀଧର ପ୍ରଧାନ, ଲିଙ୍ଗରାଜ ଜେନା, ବସନ୍ତ ମହାରଣା, ତପନ ସାମନ୍ତରାୟ, ଶରତ ବିଶ୍ୱାଳ, ରିତେନ୍ଦ୍ର ରାଉଳ, ପୂଣ୍ଣଚନ୍ଦ୍ର ସ୍ୱାଇଁ, ଦେବରାଜ ବେହେରା, ଇନ୍ଦ୍ରମଣି ମହାରଣା, ଜମ୍ବେଶ୍ୱର ପ୍ରଧାନ, ରଘୁନାଥ ସ୍ୱାଇଁ, ସତ୍ୟସୁନ୍ଦର ଦାଶ, ନାରାୟଣ ଦାଶ, ଅମିନ ଭୋଇ, ଶୁକାନ୍ତ ଭୋଇ ଓ ଅନ୍ୟ ସଦସ୍ୟମାନେ ପରିଚାଳନା କରିଥିଲେ।

ରଙ୍ଗମାଟିଆରେ ବୃକ୍ଷରୋପଣ

publive-image

ଚନ୍ଦ୍ରଶେଖରପୁର: ସମ୍ବାଦ ସାହିତ୍ୟଘର ପକ୍ଷରୁ ରଙ୍ଗମାଟିଆ ଯୁବକ ସଂଘ ପରିସର ଓ ଶିଶୁ ଉଦ୍ୟାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ‘ସମ୍ବାଦ ସାହିତ୍ୟଘର’ ସଦସ୍ୟଙ୍କ ସମେତ ସାମାଜିକ ଅନୁଷ୍ଠାନ କଳିଙ୍ଗ ସିନେ ଆର୍ଟସ୍ ଫାଉଣ୍ଡେସନ୍‌ର ସ୍ବେଚ୍ଛାସେବୀମାନେ ସାମିଲ ହୋଇ ୫୦ରୁ ଅଧିକ ଜାମୁ, ଲିମ୍ବ, ବଉଳ ଓ ଅର୍ଜୁନ ଚାରାରୋପଣ କରିଛନ୍ତି। ବୃକ୍ଷଗୁଡ଼ିକୁ ଯେପରି ସୁରକ୍ଷା ଦିଆଯାଇପାରିବ ସେନେଇ ଉପସ୍ଥିତ ଯୁବକ, ଛୋଟ ଛୋଟ ପିଲାମାନେ ଶପଥ ନେଇଛନ୍ତି। କାର୍ଯ୍ୟକ୍ରମରେ ଶାନ୍ତନୁ ଦାସ, ଅନିଲ ପ୍ରଧାନ, ପ୍ରଦ୍ୟୁମ୍ନ ସାମଲ, ଅମରଜିତ ରାୟସାମନ୍ତ, ନନ୍ଦ କିଶୋର ବେହେରା ପ୍ରମୁଖ ଯୋଗଦେଇ ବୃକ୍ଷ‌ର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇବା ସହ ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ସମ୍ବାଦର ବରିଷ୍ଠ ସାମ୍ବାଦିକ କେଶବ ପାଣି, ବିଦ୍ୟାଧର ବାରିକ ଓ ଦେବବ୍ରତ ଷେଣ୍ଢ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe