ଭୁବନେଶ୍ବର: ପୋଖରୀପୁଟସ୍ଥିତ ସିଟି ବସ୍ ଡିପୋରେ ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓ ଗ୍ରିନ୍ ଵାର୍ଲ୍ଡ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର୍ ହୃଦୟ ବଲ୍ଲଭ ସାମନ୍ତରାୟ, ଭୁବନେଶ୍ବର ବିଜେଡି ଲିଗାଲ୍ ଫ୍ରଣ୍ଟ୍ର ଆବାହକ ସୁରେଶ ବାରିକ, ଆଞ୍ଚଳିକ ଆବାହକ ପ୍ରବୀର ପଟ୍ଟନାୟକ, ସଦସ୍ୟ ଭିକାରୀ ମହାନ୍ତି, ଭୁବନେଶ୍ବର ବାର୍ ଆସୋସିଏସନ୍ର ସଂପାଦକ ରାଜକିଶୋର ଦାସ, ଦୀପକ ମନ୍ଥନଙ୍କ ସମେତ ଗ୍ରିନ ଵାର୍ଲ୍ଡର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ବିଜେଡି ଆଇନଜୀବୀ ସାମ୍ମୁଖ୍ୟ ଓ ଗ୍ରିନ ୱାର୍ଲ୍ଡ ପକ୍ଷରୁ ବୃକ୍ଷରୋପଣ
Advertisment
Follow Us