ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଔଷଧୀୟ ବୃକ୍ଷ ଚାରାରୋପଣ

Advertisment

ସତ୍ୟସାଇ ମହିଳା ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ

ସତ୍ୟସାଇ ମହିଳା ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ

ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଔଷଧୀୟ ବୃକ୍ଷ ଚାରାରୋପଣ

ଭୁବନେଶ୍ୱର: ଗଣ୍ଡମୁଣ୍ଡାସ୍ଥିତ ସତ୍ୟସାଇ ମହିଳା ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ ଅବସରରେ ‘ସମ୍ବାଦ ସାହତ୍ୟ ଘର’ ପକ୍ଷରୁ ଗ୍ରିନ୍‌ ୱାର୍ଲ୍ଡ ସହଯୋଗରେ ମହାବିଦ୍ୟାଳୟ ପରିସରରେ ୪୧ଟି ଓୗଷଧୀୟ ବୃକ୍ଷର ଚାରାରୋପଣ କରାଯାଇଛି। ବୃକ୍ଷ ହିଁ ସମ୍ପଦ। ବୃକ୍ଷ ହିଁ ଜୀବନ। ମଣିଷ ଜୀବନ ପାଇଁ ବୃକ୍ଷ ବହୁ ଗୁରୁତ୍ବପୂର୍ଣ୍ଣ। ଯେଉଁମାନେ ଏହି କଥାକୁ ଭଲ ଭାବେ ବୁଝିଛନ୍ତି ସେମାନେ ଚାରାରୋପଣକୁ ସେତିକି ଗୁରୁତ୍ବ ଦେଉଛନ୍ତି ବୋଲି ଏହି ଅବସରରେ ସମ୍ବାଦ ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ ଓ ସମ୍ବାଦ ସାହିତ୍ୟ ଘର ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା କହିଥିଲେ।

ବୃକ୍ଷଗୁଡ଼ିକ ବଞ୍ଚି ରହିବା ଆମର ଦାୟିତ୍ବ ଓ ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ମାନସୀ କୁମାରୀ ବସ୍ତିଆ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଦେବଜାନୀ ସିଂ, ସ୍ମିତା ବିଶ୍ୱାଳ, ଡ. ଇତିଶ୍ରୀ ଦାଶ, ଡ. ମୃଣ୍ମୟୀ ରଥ, ଶାଶ୍ୱତୀ ପତି, ମୀନା ମହାନ୍ତି, ଡ. ନିହାରିକା ଦାସ, ଡ. ବନଜା ତାଲଡ଼ି, ଆଇନଜୀବୀ ସରୋଜ କୁମାର ସାହୁ, ଗ୍ରିନ୍ ୱାର୍ଲ୍ଡ ଟ୍ରଷ୍ଟର ଅଧ୍ୟକ୍ଷ ନୃପେଶ କୁମାର ନାୟକ, ସୌଭାଗ୍ୟ ଦାସ, କୁନା ନାୟକ, ଏସ୍‌ ଶ୍ରୀନିବାସ ଓ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସାମ୍ବାଦିକ ଲିଙ୍ଗରାଜ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe