ସମାଜ ପାଇଁ ‘ଅନ୍ୟମନସ୍କ’ ହେବାର ସମୟ ଆସିଛି

Advertisment

‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପାତ୍ରପଡ଼ାରେ ବୃକ୍ଷରୋପଣ

‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପାତ୍ରପଡ଼ାରେ ବୃକ୍ଷରୋପଣ

ସମାଜ ପାଇଁ ‘ଅନ୍ୟମନସ୍କ’ ହେବାର ସମୟ ଆସିଛି

ଖଣ୍ଡଗିରି: ସମ୍ପ୍ରତି ବିଶ୍ବ ତାପନକୁ ନେଇ ମଣିଷ ସମାଜ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛି, ତାହା ସମସ୍ତେ ଅଙ୍ଗେ ନିଭାଇଲେଣି। ତେଣୁ ମାନବ ସଭ୍ୟତା ତିଷ୍ଠିବା ପାଇଁ ବୃକ୍ଷରୋପଣ ହିଁ ବଡ଼ ବିକଳ୍ପ। ଏଥିପାଇଁ ଆମକୁ ନିଜ ନିଜ କାମରୁ ଟିକିଏ ଅନ୍ୟମନସ୍କ ହୋଇ ସମାଜ ପାଇଁ ସମୟ ଦେବା ଜରୁରୀ ହୋଇପଡ଼ିଛି। ଆଜି ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ପାତ୍ରପଡ଼ା ମହାରାଜା କ୍ରିକେଟ୍‌ ଆସୋସିଏସନ୍‌ ଖେଳପଡ଼ିଆରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ‘ସମ୍ବାଦ ସାହିତ୍ୟଘର’ ରାଜ୍ୟ ସଂଯୋଜିକା ଶୁଭଶ୍ରୀ ଲେଙ୍କା, ୬୫ ନମ୍ବର ୱାର୍ଡ କର୍ପୋରେଟର ରଶ୍ମିରଞ୍ଜନ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ‘ସମ୍ବାଦ ସାହିତ୍ୟଘର’ ପ୍ରତି ବର୍ଷ ଓଡ଼ିଶାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜରିଆରେ ଜନସଚେତନତା ସୃଷ୍ଟି କରି ଏକ ନୂଆ ପରିଚୟ ସୃଷ୍ଟି କରିଛି ବୋଲି ଶ୍ରୀମତୀ ଲେଙ୍କା କହିଥିଲେ। ପ୍ରଥମେ ସ୍ଥାନୀୟ ଅଞ୍ଚଳର ବରିଷ୍ଠ ନାଗରିକ ଓ ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀମାନେ ନିମ୍ବ ଚାରା ଲଗାଇବା ପରେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ ଜାମୁ ଗଛ ଲଗାଇଥିଲେ।

publive-image

ଏହି ଅବସରରେ ଶତାଧିକ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଲାୟନ୍ସ କ୍ଲବ୍‌ ଜୋନ୍‌ ଚେୟାରପର୍ସନ ସ୍ବର୍ଣ୍ଣପ୍ରଭା ପାତ୍ର, ଲାୟନ୍ସ କ୍ଲବ୍‌ ଲୋଟସ୍‌ର ସଭାନେତ୍ରୀ ରଶ୍ମିତା ସାହୁ, ଲାୟନ୍ସ କ୍ଲବ ଭୁବନେଶ୍ବର ଜେମିନିର ସଭାପତି ଆଶାଲତା ଜେନା, ସମାଜସେବୀ ସୁଶାନ୍ତ କୁମାର ସାହୁ, ପ୍ରିୟବ୍ରତ ପଣ୍ଡା, ପାତ୍ରପଡ଼ା ଗ୍ରାମର ବରିଷ୍ଠ ନାଗରିକ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମନ୍ତ ଖୁଣ୍ଟିଆ, ଦୁଃଶାସନ ରଥ, ରବୀନ୍ଦ୍ରନାଥ ସାହୁ, ସତ୍ୟ ନାରାୟଣ ମହାନ୍ତି, ଗୋପାଳ ନାୟକ, ଅଭିମନ୍ୟୁ ଚମ୍ପତ୍ତି, ଅମିତ କୁମାର ଦାସ, ବୀରେନ୍‌ କୁମାର ବେହେରା, ସୁରେନ୍ଦ୍ର ପରିଡ଼ା, ହୃଦୟ ବଲ୍ଲଭ ପାଟ୍ଟଶାଣୀ, ‘ଗୋଧୂଳି’ ପ୍ରତିକାର ସମ୍ପାଦିକା ବିମଳା ସିଂହ, ସାହିତ୍ୟିକ ପ୍ରତାପ ନାୟକ, ଏମ୍‌ସ୍‌ ନଗରର ରବିନାରାୟଣ ପଣ୍ଡା, ଗଙ୍ଗାଧର ପଣ୍ଡା, ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଶରତ କୁମାର ସ୍ବାଇଁ, ଭଗବାନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା ବେହେରା, ଶିକ୍ଷକ ଅରକ୍ଷିତ ପାତ୍ର, ଉଦୟଗିରି ବିହାରର ଚନ୍ଦ୍ରଶେଖର ରାଓ, ଗୋଦାବରୀଶ ବଳିୟାରସିଂହ, ଗଗନଚନ୍ଦ୍ର ଦାସ, କେ-୯ର ଆର୍‌ଏନ ମହାପାତ୍ର, କେ-୫ କଳିଙ୍ଗବିହାର ଶୃତି ମହିଳା ସଂଗଠନର ଲୋଭାରାଣୀ ଜେନା, ପ୍ରଭାତ ନଳିନୀ ଜେନା, ଶତାକ୍ଷୀ ମହିଳା ସଂଗଠନର ସମ୍ପାଦିକା କଳ୍ପଲତା ନାୟକ, ସୁଜାତାରାଣୀ ବେହେରା, ତପସ୍ବିନୀ ପଟ୍ଟନାୟକ, ସବିତାରାଣୀ ପୃଷ୍ଟି, କେ-୪ କଳିଙ୍ଗ ବିହାରର ଆନନ୍ଦ କୁମାର ପୃଷ୍ଟି, ଆଶିଷ ବାହାଲା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ‘ସମ୍ବାଦ’ ପ୍ରତିନିଧି ଗାର୍ଗୀ ଶତପଥୀ ଓ ହରପ୍ରିୟା ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

publive-image

ସୂଚନାଯୋଗ୍ୟ ଯେ ଏହି ଖେଳପଡ଼ିଆରେ ଥିବା ଗଛଗୁଡ଼ିକ ଫନି ବାତ୍ୟାରେ ଉପୁଡ଼ିଯାଇଥିଲା। ଏବେ ପୁନର୍ବାର ବୃକ୍ଷରୋପଣ ଏଠାରେ ସବୁଜିମା ସୃଷ୍ଟି କରିବାରେ ସହାୟକ ହେବ ବୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe