‘ଶତାକ୍ଷୀ’ ମହିଳା ସଙ୍ଗଠନ ଓ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

Advertisment
‘ଶତାକ୍ଷୀ’ ମହିଳା ସଙ୍ଗଠନ ଓ ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ବୃକ୍ଷରୋପଣ

ଖଣ୍ଡଗିରି: ‘ଶତାକ୍ଷୀ’ ମହିଳା ସଙ୍ଗଠନ ଓ ‘ସମ୍ବାଦ ସାହିତ୍ୟଘର’ ମିଳିତ ଆନୁକୂଲ୍ୟରେ କଳିଙ୍ଗ ବିହାର କେ-୪ ଶତାକ୍ଷୀ ମହିଳା ସଂଗଠନ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଓଟିଡିସିର ପୂର୍ବତନ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ସମ୍ମାନିତ ଅତିଥି ଭାବେ ତ୍ରିଶକ୍ତି ମହାସଂଘର ସଭାନେତ୍ରୀ ସଂଯୁକ୍ତା ଭୂତିଆ ଓ ଜଗତସିଂହପୁର ଜିଲ୍ଲା ପରିଷଦ ସଭ୍ୟା ବବିତା ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।

ସଂଗଠନ ସଦସ୍ୟାମାନଙ୍କ ଦ୍ୱାରା ସଙ୍ଗଠନ ପରିସର ଓ ଆଖପାଖ ଅଞ୍ଚଳରେ ୫୦ରୁ ଅଧିକ ନିମ୍ବ, ପେସ୍ତାବାଦାମ ଓ ଅଁଳା ଚାରାରୋପଣ କରାଯାଇଥିଲା। ଏହି ଅବସରରେ ରୁଚି କମ୍ପାନି ତରଫରୁ ଶତାଧିକ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସଂଗଠନର ସଭାନେତ୍ରୀ ଉର୍ମିଳା ରାଉତ ସ୍ବାଗତ ଭାଷଣ ଦେଇଥିବା ବେଳେ ମମତା ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ। ସମ୍ପାଦିକା କଳ୍ପଲତା ନାୟକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ସଂଗଠନର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe