‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଜଟଣୀ ଏସ୍‌ଏସ୍‌ଭିଏମ୍‌ରେ ବୃକ୍ଷରୋପଣ

Advertisment
‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଜଟଣୀ ଏସ୍‌ଏସ୍‌ଭିଏମ୍‌ରେ ବୃକ୍ଷରୋପଣ

ଜଟଣୀ: ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଜଟଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସହଯୋଗରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମାନସ ରଞ୍ଜନ ଜେନା ଯୋଗଦେଇ ବୃକ୍ଷରୋପଣ କରି କହିଥିଲେ ଯେ, ବୃକ୍ଷ ହିଁ ଆମର ଜୀବନ। ଯେପରି ଛୁଆଟି ଜନ୍ମ ହେଲା ପରେ ତା’ର ଲାଲନପାଳନ କରି ବଡ଼ କରିଥାଉ, ଠିକ୍‌ ସେହିପରି ଚାରାରୋପଣ କରି ତାକୁ ବଡ଼ କରିବାକୁ ପଡ଼ିବ। ‘ସମ୍ବାଦ’ର ଏଭଳି କାର୍ଯ୍ୟକୁ ସେ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କୁ ଗଛ ଲଗାଇବାକୁ ଉତ୍ସାହିତ କରିବ ବୋଲି କହିଥିଲେ। ଏହି ଅବସରରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଔଷଧୀୟ ଓ ଫୁଲଗଛ ଲଗାଯାଇଥିଲା। ଏଥିରେ ପିଜୁଳି, ପାଟୁଲି, ବଉଳ, କାଞ୍ଚନ, ଟେଲମା, ସୁନାରୀ, ହରିଡ଼ା, ଅଗସ୍ତି, ଗଙ୍ଗଶିଉଳି ଭଳି ଗଛ ଲଗାଯାଇଛି। ଏଥିସହ ବିଦ୍ୟାଳୟ ବାହାରେ ମଧ୍ୟ ବୃକ୍ଷରୋପଣ କରାଯାଇଛି।

ଆଜି ସମୁଦାୟ ୧୫୦ଟି ଚାରା ଲଗାଯାଇଥିଲା। କାର୍ଯ୍ୟକ୍ରମରେ ସଂଗ୍ରାମ ଦତ୍ତ, ଉମାକାନ୍ତ ସାହୁ, ଗୁରୁଦତ୍ତ ସାହୁ, ପ୍ରକାଶ ପ୍ରଧାନ, କୁଳମଣି ପାଇକରାୟ, ଶରତଚନ୍ଦ୍ର ଶ୍ରୀଚନ୍ଦନ, ବିଷ୍ଣୁ କୁମାର ବେହେରା, ବିଷ୍ଣୁ ପ୍ରସାଦ ରାଉତ, କୃଷ୍ଣଚନ୍ଦ୍ର ଗୁରୁ, ଶିଶିର କାନ୍ତ ସାମନ୍ତରାୟ, ଇନ୍ଦିବର ପାଇକରାୟ, ଦିଲ୍ଲୀପ କୁମାର ଲେଙ୍କା, କାର୍ତ୍ତିକ ବାରିକ, ହୃଷୀକେଶ ବେହେରା, ଜିତେଦ୍ର କୁମାର ସାହୁ, ଶୁଭ୍ରଶଶି ପଟ୍ଟନାୟକ, ପୁଷ୍ପାଞ୍ଜଳି ମିଶ୍ର, ମମତା ସାହୁ, ପ୍ରିୟଙ୍କା ଦାସ, ମିନତିରାଣୀ ଦାସ, ମିନି ମହାନ୍ତି, ବିଦ୍ୟୁତ୍‌ପ୍ରଭା ମୁଦୁଲି, ପୁଷ୍ପିତା ମହାରଣା, ବବିତା ମାନସିଂହ, ମଧୁଛନ୍ଦା ପଟ୍ଟନାୟକ, ତୃପ୍ତି ସାହୁ, ପଦ୍ମଚରଣ ନାଏକ, ରଶ୍ମିତା ଦାଶ ଓ ତୃପ୍ତିମୟୀ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀ, ଗୁରୁମାଗୁରୁଜୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ଜଟଣୀ ‘ସମ୍ବାଦ’ ପ୍ରତିନିଧି ଦେବବ୍ରତ ଷେଣ୍ଢ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe