ଏମ୍‌ସରେ ଆରମ୍ଭ ହେଲା ପ୍ଲାଜ୍‌ମା ସଂଗ୍ରହ

Advertisment

୫୯୩୮ ଆରଟି-ପିସିଆର, ୧୯୬ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା

୫୯୩୮ ଆରଟି-ପିସିଆର, ୧୯୬ ଆଣ୍ଟିଜେନ୍ କିଟ୍‌ ପରୀକ୍ଷା

ଏମ୍ସ ଠିକା ଶ୍ରମିକଙ୍କ ବେତନରୁ କଟୁଛି ୭୫୦ ଟଙ୍କା, କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ

Justdial

ଭୁବନେଶ୍ୱର : ଏମ୍‌ସ ଭୁବନେଶ୍ବରରେ ଗତକାଲି ପ୍ଲାଜ୍‌ମା ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏମ୍‌ସର ଜଣେ ମହିଳା ଡାକ୍ତର ପ୍ରଥମେ ରକ୍ତଦାନ କରିଛନ୍ତି। ଏମ୍‌ସରେ ମଧ୍ୟ ଏକ ପ୍ଲାଜ୍‌ମା ବ୍ୟାଙ୍କ୍ ପ୍ରତିଷ୍ଠା ହୋଇପାରେ ବୋଲି ସୂଚନା ମିଳିଛି। ଏମ୍‌ସରେ ଯେଉଁ କରୋନା ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି, ସେମାନଙ୍କୁ ଯୋଗାଯୋଗ କରିବା ଆରମ୍ଭ ହୋଇଛି। ପ୍ରାୟ ୧୦୦ଜଣ ସୁସ୍ଥ ରୋଗୀଙ୍କୁ ଏମ୍‌ସ ପକ୍ଷରୁ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ଆସନ୍ତା କିଛିଦିନ ଭିତରେ ଆହୁରି ୩/୪ଜଣ ସୁସ୍ଥ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବା ଲାଗି ସ୍ବୀକୃତି ପ୍ରଦାନ କରିଥିବା ଏମ୍‌ସ ସୂତ୍ରରୁ ସୂଚନା ମିଳିଛି। ଏମ୍‌ସରେ ଏବେ ପ୍ରାୟ ୧୦୦ ଜଣ କୋଭିଡ୍‌ ରୋଗୀ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଏସ୍‌ସିବି ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‌ ରାଉରକେଲା, ଏମ୍‌କେସିଜି ଓ ଭିମସାର ବୁର୍ଲାରେ ପ୍ଲାଜ୍‌ମା ବ୍ୟାଙ୍କ ପ୍ରତିଷ୍ଠା ହୋଇଛି।

ଅପରପକ୍ଷରେ ଏମ୍‌ସରେ ଜୁଲାଇ ମାସରେ ୫୯୩୮ ଆରଟି-ପିସିଆର ପରୀକ୍ଷା ହୋଇଥିବା ବେଳେ ୧୯୬ଜଣଙ୍କ ରାପିଡ୍‌ ଆଣ୍ଟିଜେନ୍ କିଟ୍‌ରେ ପରୀକ୍ଷା ହୋଇଛି। ଏମ୍‌ସର ଥିବା କୋଭିଡ୍‌ ସ୍କ୍ରିନିଂ କ୍ଲିନିକ୍‌ରେ ୪୩୭୪ ଜଣଙ୍କ ସ୍କ୍ରିନିଂ ହୋଇଥିବା ବେଳେ ୨୫୭ ସଂକ୍ରମିତ ବ୍ୟକ୍ତିଙ୍କୁ କୋଭିଡ୍‌ ବ୍ଲକ୍‌ରେ ଆଡମିଟ୍ କରାଯାଇଛି। ଜୁଲାଇ ମାସରେ ୧୦୪୧୬ଜଣ ଟେଲି ମେଡିସିନ୍ ଓ ଆପ୍ ଜରିଆରେ ସେବା ପାଇଛନ୍ତି। ୬୪ଜଣଙ୍କ ପ୍ରସବ ହୋଇଥିବା ବେଳେ ଏଥିରେ ୪ଜଣ କରୋନା ସଂକ୍ରମିତ ପ୍ରସୂତି ରହିଛନ୍ତି। ୨୬୯ଜଣଙ୍କ ଅସ୍ତ୍ରୋପଚାର ହୋଇଥିବା ବେଳେ ୯୮ଜଣଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର କରାଯାଇଛି। ଏହାବାଦ୍ ୮୫୦୧୮ ଡାଏଗ୍ନୋଷ୍ଟିକ୍ ଓ ୪୬୨୪ଜଣଙ୍କ ରେଡିଓଲୋଜିକାଲ ପରୀକ୍ଷା କରାଯାଇଥିବା ଏମ୍‌ସ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe