ଭୁବନେଶ୍ବର: ପ୍ଲାଷ୍ଟିକ୍ ତ୍ୟାଗ କରନ୍ତୁ, ଜୀବନକୁ ମନଭରି ଜିଅନ୍ତୁ। ଏଭଳି ବାର୍ତ୍ତା ବାଣ୍ଟିଛି ‘ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍’। ଅନୁଷ୍ଠାନ ପକ୍ଷରୁ ଆଜି ରସୁଲଗଡ଼ସ୍ଥିତ ‘ସମ୍ବାଦ’ କାର୍ଯ୍ୟାଳୟରେ ଆୟୋଜିତ ‘ପ୍ଲାଷ୍ଟିକ୍ମୁକ୍ତ ସମାଜ’ ସଚେତନତା କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ପ୍ଲାଷ୍ଟିକ୍ ଯେଉଁ ସ୍ଥିତି ସୃଷ୍ଟି କରିବାକୁ ଯାଉଛି, ତାହା ତାହା ସମସ୍ତେ ଜାଣନ୍ତି। କେବଳ ପ୍ରବଚନ ଦେଲେ ହେବ ନାହିଁ, ବରଂ ନିଜର ଆଚରଣରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ନିଜେ କରି ଦେଖାଇବା ପରେ ଅନ୍ୟକୁ କହିଲେ ଶୋଭା ପାଇବ। ଏଣୁ ନିଜ ଘରୁ ଏହି ଅଭିଯାନ ଆରମ୍ଭ ହେଉ ବୋଲି ଆହ୍ବାନ ଦେଇଥିଲେ। ଏହାସହ ଏଭଳି ଏକ ମହତ୍ କାର୍ଯ୍ୟ ପାଇଁ ମନ ବଳାଇଥିବାରୁ ଫାଉଣ୍ଡେସନ୍ର ସମସ୍ତ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ସମ୍ବାଦ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ଡିଜିଏମ୍(ମାନବ ସମ୍ବଳ) ବୈଜୟନ୍ତୀ କର ପ୍ରମୁଖ ଏହି ପ୍ରୟାସର ପ୍ରଶଂସା କରିଥିଲେ। ‘ସମ୍ବାଦ ଗ୍ରୁପ୍’ ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ‘୩ ଆର୍’ (ରି-ୟୁଜ୍, ରିଡ୍ୟୁସ୍ ଓ ରିସାଇକେଲ୍) ଉପରେ ଗୁରୁତ୍ବାରୋପ କରିଥିଲେ। ଫାଉଣ୍ଡେସନ୍ର ସଦସ୍ୟ ଶରତ ଚନ୍ଦ୍ର ଭଦ୍ର(ଚାଟାର୍ଡ ଆକାଉଣ୍ଟାଣ୍ଟ), ଅଶୋକ କୁମାର ସାମନ୍ତରାୟ(ପୂର୍ବତନ ବ୍ୟାଙ୍କର) ଓ ବୈଜ୍ଞାନିକ ଆଲୋକ କୁମାର ପଟ୍ଟନାୟକ ପ୍ଲାଷ୍ଟିକ୍ର କୁ-ପ୍ରଭାବ ଉପରେ ଆଲୋକପାତ କରିଥିଲେ। ପ୍ଲାଷ୍ଟିକ୍ର ବିକଳ୍ପ ଭାବେ ବ୍ୟାଗ୍ ଓ ଷ୍ଟିଲ୍ ବୋତଲ ବାଣ୍ଟିଥିଲେ।
ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ପକ୍ଷରୁ ସଚେତାନ କାର୍ଯ୍ୟକ୍ରମ, ‘ପ୍ଲାଷ୍ଟିକ୍ମୁକ୍ତ’ ଜୀବନ ଜିଅନ୍ତୁ
Advertisment
Follow Us