ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢ଼ାଉ, ୧୩ ଗିରଫ, ୧୯ହଜାରରୁ ଊର୍ଧ୍ୱ ଟଙ୍କା ଜବତ

Advertisment
ଜୁଆ ଆଡ୍ଡା ଉପରେ ପୁଲିସର ଅତର୍କିତ ଚଢ଼ାଉ, ୧୩ ଗିରଫ, ୧୯ହଜାରରୁ ଊର୍ଧ୍ୱ ଟଙ୍କା ଜବତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ପୁଲିସ ଗୁରୁବାର ଅପରାହ୍ନରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୩ଜଣଙ୍କୁ ଗିରଫ କରିଛି। ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଏକ ଟିମ୍‌ ଲକ୍ଷ୍ମୀ ନୃସିଂହ ମନ୍ଦିର, ୟୁନିଟ୍‌-୧ ଉପରେ ଅତର୍କିତ ଚଢ଼ାଉ କରିଥିଲା ଯେଉଁଠାରେ ଜୁଆ ଖେଳ ଚାଲିଥିଲା। ପୁଲିସ ଘଟଣାସ୍ଥଳରୁ ୧୩ଜଣଙ୍କୁ ଗିରଫ କରିବା ସହିତ କଇଁଚି ଓ ତିନି ପକେଟ ପ୍ଲେଇଂ କାର୍ଡ ଆଦି ଜବତ କରିଛି। ଏଥିସହିତ ୧୯,୯୨୭ ନଗଦ ଟଙ୍କା ଜବତ କରିଛି କ୍ୟାପିଟାଲ ପୁଲିସ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe