PMG Chack rocked: ଆଜି ପାଇକ ନୃତ୍ୟରେ ପ୍ରକମ୍ପିତ ହେଲା ପିଏମଜି ଛକ

ଆଜି ପାଇକ ନୃତ୍ୟରେ ପିଏମ୍‌ଜି ଛକ ପ୍ରକମ୍ପିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ,  ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ଅବସରରେ ୪୮ଦଳ ପାଇକ ଆଖଡ଼ାର.....

Untitled-6

ଭୁବନେଶ୍ବର: ଆଜି ପାଇକ ନୃତ୍ୟରେ ପିଏମ୍‌ଜି ଛକ ପ୍ରକମ୍ପିତ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ,  ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୬ତମ ଜୟନ୍ତୀ ଅବସରରେ ୪୮ଦଳ ପାଇକ ଆଖଡ଼ାର ଗୁରୁଶିଷ୍ୟମାନେ କଳାନୈପୁଣ୍ୟ ପ୍ରଦର୍ଶନ କରିଛନ୍ତି। ଏଥିସହ ଆଦିବାସୀ ନୃତ୍ୟ, ଗରିଲା ମଣିଷ, ଘୋଡ଼ା, ଓଟ, ପାଣ୍ଡା ନୃତ୍ୟ ଦେଖିବାକୁ ପ୍ରବଳ ଜନସମାଗମ ହୋଇଥିଲା। ଫଳରେ ଏହି ଜୟନ୍ତୀ ଉତ୍ସବ ଏକ ପଥୋତ୍ସବରେ ପରିଣତ ହୋଇଥିଲା।

ଆଜି ପୂର୍ବାହ୍ଣରେ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କମିଟିର ସାଧାରଣ ସମ୍ପାଦକ ସୁରେଶ କୁମାର ରାଉତରାୟ ସଭାପିତତ୍ବ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ମହାପୁରୁଷମାନଙ୍କ ଜୟନ୍ତୀ ପାଳନ କରିବାର ପରମ୍ପରା ବଜାୟ ରହିବା ଦରକାର। ଆମର ଉତ୍ତରପିଢ଼ି ନିଜ ମହାପୁରୁଷଙ୍କ ସମ୍ପର୍କରେ ଜାଣିବାର ଆବଶ୍ୟକତା ରହିଛି। ଯୁବପିଢ଼ି ଚାକର କିମ୍ବା କ୍ରୀତଦାସ ନ ହୋଇ ଉତ୍କଳ କେଶରୀଙ୍କ ଭଳି ହେବାକୁ ସେ ପରାମର୍ଶ ଦେଇଥିଲେ।
ସମ୍ମାନିତ ଅତିଥି ସଂଗ୍ରାମ ପାଇକରାୟ ଓଡ଼ିଶାର ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ସ୍ବର୍ଗତ ମହତାବଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ଭୁବନେଶ୍ବରକୁ ରାଜ୍ୟର ନୂଆ ରାଜଧାନୀ ଭାବେ ଗଢ଼ି ତୋଳିବା କ୍ଷେତ୍ରରେ ତାଙ୍କର ଅବଦାନକୁ ଭୁଲିହେବ ନାହିଁ ବୋଲି ସେ କହିଥିଲେ। ଅନ୍ୟତମ ଅତିଥି ପ୍ରସାଦ ହରିଚନ୍ଦନ ସ୍ବର୍ଗତ ମହତାବଙ୍କୁ ଅଖଣ୍ଡ ଭାରତ ନିର୍ମାଣର କୁଶଳୀ ଶିଳ୍ପୀ ବୋଲି ଅଭିହିତ କରିଥିଲେ।

ଏହି ଅବସରରେ ଚିକିତ୍ସକ ଆତ୍ମରଂଜନ ଦାଶ, ଅଭିନେତା ବାବୁସାନ୍‌ ମହାନ୍ତି, ଆଇନଜୀବୀ ଅଶୋକ କୁମାର ପାତ୍ର, ଜେଏମ୍‌ ସ୍ପୋର୍ଟ୍‌ସ୍‌ ଏକାଡେମୀର ପ୍ରତିଷ୍ଠାତା ମୀରାରାଣୀ ଦାସ, ରୟାଲ୍‌ କଲେଜ ଅଫ୍‌ ହାୟର୍‌ ସେକଣ୍ଡାରି ସ୍କୁଲ୍‌ର ପ୍ରତିଷ୍ଠାତା ବିଷ୍ଣୁମୋହନ ମହାନ୍ତି, ସଫଳ କୃଷକ ଉଦୟ ନାରାୟଣ ଶ୍ରୀଚନ୍ଦନ, ସମାଜସେବୀ ମନ୍ମଥ ରାଉତରାୟ, ଅବନୀକାନ୍ତ ଜେନା, ଅନୁପ କୁମାର ବଗାଇ, ଉଦୟ ଶଙ୍କର ସାହୁ, ହୃଦୟବଲ୍ଲଭ ସାମନ୍ତରାୟଙ୍କୁ ସମ୍ମାନ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଏକ ବିରାଟ ପଟୁଆରରେ ଶୋଭାଯାତ୍ରା ମାଉସୀ ମା’ ଛକ ଅଭିମୁଖେ ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe