ଖୋର୍ଧା: ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ବାର୍ଷିକ ଉତ୍ସବ ମହାବିଦ୍ୟାଳୟ ପରିସରରେ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରଥମ ମହିଳା ନିର୍ବାଚିତ ସଭାନେତ୍ରୀ ଶିବାନୀ ପାତ୍ରଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବ ବିଶାଳ ଦେବ ଯୋଗ ଦେଇ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ମହାନ୍ ବୋଲି କହିଥିଲେ। ଏହି ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବା ପାଇଁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜୀବ ଶେଖର ସାହୁ ଭଲ ମଣିଷ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଉତ୍ସବର ପ୍ରାରମ୍ଭରେ ଛାତ୍ର ସଂସଦର ମୁଖ୍ୟ ଉପଦେଷ୍ଟା ମେଜର ଡ. ଦୁଷ୍ମନ୍ତ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. ହରନାରାୟଣ ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଛାତ୍ର ସଂସଦର ସମ୍ପାଦକ ଅନିଲ କୁମାର ବେହେରା ବାର୍ଷିକ ବିବରଣୀ ପାଠ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଅତିଥିମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସଭାପତିତ୍ଵ ଭାଷଣରେ ଶିବାନୀ ପାତ୍ର ମହାବିଦ୍ୟାଳୟର ବିକାଶ ଉପରେ ଗୁରୁତ୍ଵାରୋପ କରିଥିଲେ। ଛାତ୍ରସଂସଦ ସହ ଉପଦେଷ୍ଟା ଅଧ୍ୟାପକ ଶୁଭେନ୍ଦୁ ମହାନ୍ତି ଧନ୍ୟବାଦ ଦେଇଥିଲେ। ଏହି ଉତ୍ସବରେ ତିନୋଟି ବିଭାଗର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯିବା ସହ ପୂର୍ବଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାଣନାଥ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଅମ୍ବରୀଶ ମଙ୍ଗରାଜ ଓ ଅବିନାଶ ପଟ୍ଟନାୟକଙ୍କୁ ସମ୍ବଧିତ କରାଯାଇଥିଲା। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସହସମ୍ପାଦିକା ଶାଶ୍ୱତୀ ସୌମ୍ୟା ତ୍ରିପାଠୀ ଉପସ୍ଥିତ ଥିଲେ। ସଂଜୀବ ପରିଡ଼ା, ଦିଲ୍ଲୀପ ପରିଡ଼ା, ରାଧାମୋହନ ମହାପାତ୍ର, ରଶ୍ମିକାନ୍ତ ପ୍ରଧାନ ପ୍ରମୁଖ ଏଥିରେ ସହଯୋଗ କରିଥିଲେ।
ପିଏନ୍ ମହାବିଦ୍ୟାଳୟ ଛାତ୍ରସଂସଦର ବାର୍ଷିକ ଉତ୍ସବ
Advertisment
Follow Us