‘ନାରୀ କବିତାର କଳା ସାମ୍ରାଜ୍ଞୀ’

Advertisment

କବି ଫନୀ ମହାନ୍ତିଙ୍କ ‘କାବ୍ୟ ଚର୍ଚ୍ଚା’ ଉନ୍ମୋଚିତ

କବି ଫନୀ ମହାନ୍ତିଙ୍କ ‘କାବ୍ୟ ଚର୍ଚ୍ଚା’ ଉନ୍ମୋଚିତ

‘ନାରୀ କବିତାର କଳା ସାମ୍ରାଜ୍ଞୀ’

ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ କବି ଫନୀ ମହାନ୍ତିଙ୍କ ପୁସ୍ତକ ‘କାବ୍ୟଚର୍ଚ୍ଚା’ ଓୟୁଜେ ସଭାଗୃହରେ ଉନ୍ମୋଚିତ ହୋଇଯାଇଛି। ସାହିତ୍ୟିକ ହରୀଶ୍ଚନ୍ଦ୍ର ବେହେରା କାବ୍ୟ ଚର୍ଚ୍ଚାରେ କବି ଫନୀ ମହାନ୍ତିଙ୍କ କବିତା ସମାଜକୁ ସ୍ୱତନ୍ତ୍ର ବାର୍ତ୍ତା ପ୍ରଦାନ କରିଛି ବୋଲି କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ଅତିଥି ଭାବେ ଯୋଗଦେଇ ଲେଖକଙ୍କ ସୃଷ୍ଟିର ଆକଳନ କହିଲେ କବି ଫନୀ ମହାନ୍ତି ତାଙ୍କ କବିତାରେ ନାରୀକୁ ସ୍ୱତନ୍ତ୍ର ସମ୍ମାନ ଦେଇଛନ୍ତି। ନାରୀ ତାଙ୍କ କବିତାର କଳା ସାମ୍ରାଜ୍ଞୀ।

ଅନ୍ୟତମ ଅତିଥି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ପୂଜ୍ୟପୂଜା ସାହିତ୍ୟ ସାଧକମାନଙ୍କୁ ସମ୍ମାନ ଓଡ଼ିଆ ସାହିତ୍ୟର ସମ୍ପତ୍ତି ବୋଲି ମତପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡ. ଚିତ୍ତରଞ୍ଜନ ଭୋଇ, ଇଂଜିନିୟର ସରୋଜ ମହାପାତ୍ର, ପ୍ରକାଶକ ସେକ୍‌ ସୁମନ ବକ୍ତବ୍ୟ ରଖିଥିଲେ। ଡ. ଗୀତାଶ୍ରୀ ପ୍ରିୟମ୍ବଦା ସଭା ସଂଚାଳନ କରିଥିଲେ। କବି ବିପିନ ମହାନ୍ତି ସହଯୋଗ କରିଥିବା ବେଳେ କବି ପ୍ରସନ୍ନ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe