କବି ପ୍ରସନ୍ନ କୁମାର ନାୟକଙ୍କ ତିନୋଟି ପୁସ୍ତକ ଲୋକାର୍ପିତ

Advertisment
କବି ପ୍ରସନ୍ନ କୁମାର ନାୟକଙ୍କ ତିନୋଟି ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର: କାବ୍ୟଲୋକ ଦ୍ବାରା ପ୍ରକାଶିତ ଓ କବି ପ୍ରସନ୍ନ କୁମାର ନାୟକଙ୍କ ଲିଖିତ ତିନୋଟି ପୁସ୍ତକ ଆଜି ସାମନ୍ତରାପୁରସ୍ଥିତ ସରସ୍ବତୀ ମଣ୍ଡପ ସଭକକ୍ଷରେ ଲୋକାର୍ପିତ ହୋଇଯାଇଛି। ଲୋକାର୍ପିତ ପୁସ୍ତକ ଗୁଡ଼ିକ ହେଲା ‘ଲେଖୁଲେଖୁ ଲେଖିଦେଲି’, ‘ରଫ୍ ଖାତାରେ ସାହିତ୍ୟ’ ଓ ‘ସାଉଁଟା ଫୁଲ’।

ଓଡ଼ିଶା ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ବତ କାର୍ଯ୍ୟକ୍ରମରେ ଅତିଥି ଭାବେ ସାହିତ୍ୟିକ ନୀଳାଦ୍ରି ଭୂଷଣ ହରିଚନ୍ଦନ, ଭାଷାବିତ୍ ଦ୍ବାରିକାନାଥ ନାୟକ, ଲେଖିକା ଶକୁନ୍ତଳା ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ଲେଖକ ଶ୍ରୀ ନାୟକଙ୍କୁ ଶୁଭେଚ୍ଛା ଜଣାଇଥିଲେ। କବିତା ମଣିଷ ଅନ୍ତର୍ଚେତନାର ସୂକ୍ଷ୍ମରୁ ସୂକ୍ଷ୍ମତର ଆବେଗକୁ ପରିପ୍ରକାଶ କରେ ଏବଂ ସାହିତ୍ୟ ସମାଲୋଚନା ସାହିତ୍ୟର ଦିଗ ଦିଗବଳୟକୁ ଉନ୍ମୋଚନ କରେ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।

ସାହିତ୍ୟିକ ଶରତ ଚନ୍ଦ୍ର ରଥ, ପ୍ରସନ୍ନ କୁମାର ମହାନ୍ତି, ଦେବାଶିଷ ମହାପାତ୍ର ପୁସ୍ତକ ତିନୋଟିର ସମୀକ୍ଷା କରିଥିଲେ। ପ୍ରକାଶକ ଭିକାରୀ ଧଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବେଣୁଧର ଦାସ ଧନ୍ୟବାଦ ଦେଇଥିଲେ। ଅଧ୍ୟାପକ ପୁଣ୍ୟ ଦର୍ଶନ ସାହୁ ସଭା ପରିଚାଳନା କରିଥିଲେ। ବରିଷ୍ଠ ଶିକ୍ଷାବିତ ଖରସ୍ରୋତା ଗାନ୍ଧୀ ଓ ଅଲେଖ ନାୟକ ପ୍ରଦାନ କରିଥିବା ଶୁଭେଚ୍ଛା ବାର୍ତ୍ତା ସଭାରେ ପାଠ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe