ଅଜିତ ମହାନ୍ତି ଓ ଶାନ୍ତି ମହାନ୍ତିଙ୍କ କବିତା ପୁସ୍ତକ ଲୋକାର୍ପିତ

Advertisment
ଅଜିତ ମହାନ୍ତି ଓ ଶାନ୍ତି ମହାନ୍ତିଙ୍କ କବିତା ପୁସ୍ତକ ଲୋକାର୍ପିତ

ଖଣ୍ଡଗିରି: ଲେଖକ ଅଜିତ ମହାନ୍ତିଙ୍କ କବିତା ପୁସ୍ତକ ‘ଆ ଆଜି ନଈକୁ ଯିବା’ ଓ ଲେଖିକା ଶାନ୍ତି ମହାନ୍ତିଙ୍କ କବିତା ପୁସ୍ତକ ‘ମୁଗ୍ଧ ନିରବତା’ ଆଜି ଅପରାହ୍‌ଣରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସମ୍ମିଳନୀ କକ୍ଷରେ ଲୋ‌କାର୍ପିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଭାବେ ପ୍ରାଧ୍ୟାପକ ଶରତ ଚନ୍ଦ୍ର ରଥ, ସମ୍ମାନିତ ଅତିଥି ଭାବରେ ପୂର୍ଣ୍ଣଚନ୍ଦ୍ର ମିଶ୍ର ଯୋଗ ଦେଇଥିଲେ।

ଶ୍ରୀ ରଥ ପୁସ୍ତକକୁ ସମୀକ୍ଷା କରିଥିଲେ। କାର୍ଯ୍ୟକ୍ରମକୁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରବୀନ୍ଦ୍ର ନାଥ ପାଢ଼ୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe