କବିତା ସଂକଳନ ‘ଛାୟାମଞ୍ଚ’ ଉନ୍ମୋଚିତ

Advertisment
କବିତା ସଂକଳନ ‘ଛାୟାମଞ୍ଚ’ ଉନ୍ମୋଚିତ

ଧଉଳି: କୌଶଲ୍ୟାଗଙ୍ଗ ସ୍ଥିତ ସିଫା ସମ୍ମିଳନୀ କକ୍ଷରେ ଧଉଳି ସାହିତ୍ୟ ସଂସଦ ଓ ସିନ୍ଧୁଜା ପ୍ରକାଶନୀ ମିଳିତ ଆନୁକୂଲ୍ୟରେ କବି ଅକ୍ଷୟ ସ୍ବାଇଁଙ୍କ ତୃତୀୟ କବିତା ସଂକଳନ ‘ଛାୟାମଞ୍ଚ’ ଉନ୍ମୋଚିତ ହୋଇଯାଇଛି। ଉତ୍ସବରେ ସୂଚନା କମିସନର ସଂଜୟ ସ୍ବାଇଁ ମୁଖ୍ୟ ଅତିଥି ଓ ବିଶିଷ୍ଟ କବି ଫନି ମହାନ୍ତି ମୁଖ୍ୟବକ୍ତା ଭାବେ ଯୋଗ ଦେଇ କବିତା, ଆଇନ ଏବଂ କବିତାକୁ ନେଇ ବିବିଧ ଅଭିଜ୍ଞତାର କଥା କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ କଥାକାର ଡ. ଅଜୟ ସ୍ବାଇଁ, ସଂଳାପ ଲେଖକ ଡ. ରଜନୀ ରଞ୍ଜନ ଦାଶ ଏବଂ କବି ପବିତ୍ର ମୋହନ ଦାଶ ପ୍ରମୁଖ ଯୋଗ ଦେଇ କବିତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ଉନ୍ମୋଚିତ କବିତା ପୁସ୍ତକକୁ ସମୀକ୍ଷା କରିଥିଲେ ଲେଖିକା ମ‌ୌସୁମୀ ଦାଶ। ଛାୟାମଞ୍ଚର ପ୍ରଥମ କପିକୁ ୫୦୦୦ ଟଙ୍କା ଦେଇ କିଣିଥିଲେ ପାଠିକା ସବିତା ରଥ। ନିରଞ୍ଜନ ନାୟକ ସ୍ବାଗତ ଭାଷଣ ଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ମାଧବାନନ୍ଦ ବେହୁରା। ଦିଲ୍ଲୀପ ସୁବୁଦ୍ଧି ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ‘ପକ୍ଷୀଘର’ର ସଂପାଦକ ବନୋଜ ତ୍ରିପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରକାଶିକା ଶର୍ମିଳା ସାହୁ ପୁସ୍ତକ ପ୍ରକାଶନ ଉପରେ ଗୁରୁତ୍ବାରୋପ କରିଥିଲେ। ଶେଷରେ ସନ୍ତୋଷ ଦାଶ ଓ ବେବିରାଣୀ ସାହୁ ସଙ୍ଗୀତ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe