ପୋକ୍ସୋ ଅଦାଲତରେ ଆସାମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ପୋକ୍ସୋ ଅଦାଲତରେ ଆସାମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

Steamship Mutual

ପୁରୁଣା ଭୁବନେଶ୍ୱର: ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଆଜି ଭୁବନେଶ୍ବର ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟଟ୍ରାକ୍‌ ଅଦାଲତ(ପୋକ୍ସୋ) ବିଚାରପତି ମୁରଲୀଧର ପ୍ରଧାନ ଅଭିଯୁକ୍ତ ରଞ୍ଜିତ ନାଏକକୁ ଦୋଷୀ ସାବ୍ୟସ୍ତ କରିବା ସହ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ୨୦୨୧ ମାର୍ଚ୍ଚରେ ଧଉଳି ଥାନା ଅଞ୍ଚଳରେ ଘଟିଥିବା ଏହି ଲୋମହର୍ଷଣକାରୀ ମାମଲାର ଶୁଣାଣି ଉପରେ ସମସ୍ତଙ୍କ ନଜର ଥିଲା।

ବିବରଣୀରୁ ପ୍ରକାଶ ଯେ ୨୦୨୧ ମାର୍ଚ୍ଚ ୧୩ ତାରିଖରେ ଧଉଳି ଥାନା ଅଞ୍ଚଳର ଜଣେ ନାବାଳିକା ଅପହରଣ ଓ ଦୁଷ୍କର୍ମର ଶିକାର ହୋଇଥିଲା। ଢେଙ୍କାନାଳର ରଞ୍ଜିତ ନାଏକ ନାବାଳିକାକୁ ଅପହରଣ କରିବା ସହ ବଳାତ୍କାର କରିଥିଲା ବୋଲି ଅଭିଯୋଗ ହୋଇଥିଲା। ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ଗୁରୁତ୍ବ ଦୃଷ୍ଟିରୁ ଫାଷ୍ଟଟ୍ରାକ୍‌ କୋର୍ଟରେ ବିଚାର ଚାଲିଥିଲା।

୧୦ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଥ୍ୟ ବଳରେ ଅଭିଯୁକ୍ତକୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନର ଦଫା ୩୭୬(୨)(ଏନ୍‌) ଓ ପୋକ୍ସୋ ଆକ୍ଟ୍‌ର ଦଫା ୪ ଓ ୬ ବଳରେ ଆସାମୀ ରଞ୍ଜିତକୁ ଏହି ଦଣ୍ଡାଦେଶ ଦିଆଯାଇଛି। ଏଥିସହିତ ପୀଡ଼ିତାଙ୍କୁ କ୍ଷତିପୂରଣ ବାବଦରେ ୫ଲକ୍ଷ ଟଙ୍କା ଦେବାକୁ ନିର୍ଦେଶ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ରାଜୀବ ସାସମଲ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe