ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ୍‌ ଓ ଛାତ୍ର କଂଗ୍ରେସ ମୁହାଁମୁହିଁ

Advertisment
ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ୍‌ ଓ ଛାତ୍ର କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଛାତ୍ର କଂଗ୍ରେସ ଓ ପୁଲିସ୍‌ ମୁହାଁମୁହିଁ ହୋଇଥିବା ସୂଚନା ରହିଛି। ଛାତ୍ର କଂଗ୍ରେସ ସଦସ୍ୟମାନେ ନବୀନ ନିବାସକୁ ଘେରାଉ କରିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇବୁ ଚେଷ୍ଟା କରିଥିଲା। ପୁଲିସ୍‌ ମେସାନଙ୍କୁ ଅଟକାଇବାକୁ ଉଦ୍ୟମ କରିବା ବେଳେ ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଛାତ୍ର କଂଗ୍ରେସର ସଦସ୍ୟମାନେ ପୁଲିସ୍‌ ଉପରକୁ ଅଣ୍ଡା ଓ ଟମାଟର୍‌ ମାରିଥିବା ସୂଚନା ରହିଛି। ତେବେ ଜାଣିବାକୁ ମିଳିଛି ଯେ ପୁଲିସ୍‌ ଛାତ୍ର କଂଗ୍ରେସ ସଦସ୍ୟମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ବେଳେ ସେମାନେ ମନ୍ତ୍ରୀ ତୁଷାରକାନ୍ତିଙ୍କ କ୍ବାଟର୍ସକୁ ଧସେଇ ପଶିଛନ୍ତି। ସେଠାରେ ପଶିବା ସହ ମନ୍ତ୍ରୀଙ୍କ କ୍ବାଟର୍ସକୁ ଅଣ୍ଡାମାଡ଼ ବି କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଧର୍ମେନ୍ଦ୍ର ସାହୁ ମୃତ୍ୟୁ ମାମଲାରେ ଆଜି ଛାତ୍ର କଂଗ୍ରେସର କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଉଦ୍ୟମ କରିଥିଲେ । ତାସହିତ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଏହି ଘଟଣାରେ ତଦନ୍ତ ପରିସରଭୁକ୍ତ କରିବା ସହ ତାଙ୍କର ଇସ୍ତଫା ଦାବି କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe